ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜି ଆସିବ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର – ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରଥମ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ । ସାଢେ ୧୧ଟାରେ ପ୍ରକାଶ ପାଇଭ ପ୍ରଥମ ମେରିଟ ଲିଷ୍ଟ । ସାମ୍‌ସ ୱେବସାଇଟରେ ପିଲାମାନେ ତାଲିକା ଦେଖିପାରିବେ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠାରୁ ୨୧ ତାରିଖ ଯାଏଁ ଧାର୍ଯ୍ୟ କଲେଜରେ ନାମ ଲେଖାଇପାରିବେ । ଆସନ୍ତା ୨୭ ତାରିଖରେ ଦ୍ୱିତୀୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଏହାପରେ ଏହିମାସ ୨୯ରୁ ଅକ୍ଟୋବର ପହିଲା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ୍ ତାଲିକା ଅନୁସାରେ ସ୍ପଟ୍ ଆଡମିଶନ ହେବ । ଏଥିପାଇଁ ଅକ୍ଟୋବର ଚାରି ତାରିଖରେ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ ।

Comments are closed.