ଟାଟା ଗ୍ରୁପ୍ ମୁଖ୍ୟ ଚନ୍ଦ୍ରଶେଖରନ ହେଲେ ଏୟାର ଇଣ୍ଡିଆର ଚେୟାରମ୍ୟାନ୍

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ନଟରାଜ ଚନ୍ଦ୍ରଶେଖରନଙ୍କୁ ଏୟାର ଇଣ୍ଡିଆର ନୂଆ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛି। ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତି ଉପରେ ମୋହର ଲାଗିଛି । ଏହାପୂର୍ବରୁ ଫେବୃଆରୀ ୧୪ରେ ଟାଟା ତୁର୍କୀ ଏୟାରଲାଇନ୍ସର ପୂର୍ବତନ ମୁଖ୍ୟ ଇଲକର ଆଇସିଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଘୋଷଣା କରିଥିଲେ । କିନ୍ତୁ ଆଇସି ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଟାଟା ସନ୍ସର ଚେୟାରମ୍ୟାନ୍ ଚନ୍ଦ୍ରଶେଖରନ୍, କମ୍ପାନୀ ସହିତ ୧୦୦ ରୁ ଅଧିକ ଟାଟା ଅପରେଟିଂ କମ୍ପାନୀର ପ୍ରମୋଟର ଅଟନ୍ତି | ସେ ଅକ୍ଟୋବର ୨୦୧୬ରେ ଟାଟା ସନ୍ସ ବୋର୍ଡରେ ଯୋଗ ଦେଇଥିଲେ । ଜାନୁଆରୀ ୨୦୧୭ରେ ଚନ୍ଦ୍ରଶେଖରନ ଟାଟା ସନ୍ସର ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଥିଲେ।

Comments are closed.