ନୂଆ ପାର୍ଲାମେଂଟ ଭବନ ନିର୍ମାଣ ପାଇଁ ଟାଟାକୁ ମିଳିଲା ଠିକା

ନୂଆଦିଲ୍ଲୀ – ନୂଆ ପାର୍ଲାମେଂଟ ଭବନ ନିର୍ମାଣ ପାଇଁ ‘ଟାଟା ପ୍ରୋଜେକ୍ଟ ଲିମଟେଡ୍‌’ କୁ ଠିକା ମିଳିଛି ।  ୮୬୧.୨ କୋଟି ଟଙ୍କାରେ ଟାଟା ଏହି ଠିକା ପାଇଛି । ବର୍ଷକ ମଧ୍ୟରେ ନୂଆ ପାର୍ଲାମେଂଟ୍ ଭବନ ନିର୍ମାଣ ସରିପାରେ ବୋଲି ଅନୁମାନ କରାଯାଉଛି । ନୂଆ କୋଠା ନିର୍ମାଣ ଓ ୫ ବର୍ଷ ଲାଗି ତାହାର ରକ୍ଷଣାବେକ୍ଷଣ ଲାଗି ସେଂଟ୍ରାଲ୍ ପବ୍ଲିକ୍ ୱାର୍କସ ଡିପାର୍ଟମେଂଟ୍‌, ଦାଖଲ ହୋଇଥିବା ଟେଂଡର ସବୁ ଖୋଲିବା ପରେ ଟାଟାର ମୂଲ୍ୟ ସର୍ବନିମ୍ନ ଥିଲା ବୋଲି ଜଣାପଡିଛି । ଲାର୍ସନ ଆଣ୍ଡ୍ ଟବ୍ରୋ ଦାଖଲ କରିଥିବା ଟେଂଡର୍ ମୂଲ୍ୟ ୮୬୫ କୋଟି ଟଙ୍କା ଥିଲା । ସରକାରୀ ଆକଳନ ଅନୁସାରେ ନୂଆ ପାର୍ଲାମେଂଟ୍ ଭବନ ନିର୍ମାଣରେ ୯୪୧ କୋଟି ଟଙ୍କା ବ୍ୟୟ ହେବ ।

Comments are closed.