ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କ ମାଆ ଓ ଓଟିଭି ଏମଡିଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତାଳାପର ଅଡିଓଟେପ୍ ଭାଇରାଲ୍

ଭୁବନେଶ୍ୱର- ରାଜଧାନୀରେ ଲକଡାଉନ ସମୟରେ ନାବାଳିକାଙ୍କୁ ଗଣ ବଳାତ୍କାର ଘଟଣାରେ ଚାଂଚଲ୍ୟକର ତଥ୍ୟ  ସାମନାକୁ ଆସିଛି । ନିଜର ନାବାଳିକା ଝିଅ ସହ ବଳାତ୍କାର ହୋଇଛି ଓ ଏଥିରେ ଓଟିଭିର କିଛି କର୍ମଚାରୀ ସଂପୃକ୍ତ ଅଛନ୍ତିବୋଲି ବୋଲି ପୀଡିତାଙ୍କ ମାଆ ଓଟିଭିର ପରିଚାଳନା ନିର୍ଦ୍ଦେଶିକା (ଏମଡି) ଜାଗି ମଙ୍ଗତ ପଣ୍ଡାଙ୍କୁ   କାନ୍ଦି କାନ୍ଦି କହୁଥିବାର ଏକ ଅଡିଓ ଟେପ୍ ସାମନାକୁ ଆସିଛି ।ଜାଗି ହେଉଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ସ୍ତ୍ରୀ । ପୀଡିତାଙ୍କ ମାଆଙ୍କ ଆକୁଳ କାନ୍ଦଣାରୁ ଏହି ଘଟଣାର ଗଭୀରତା ସ୍ପଷ୍ଟ ହୋଇଛି । ଅଡିଓ ଟେପରୁ ଜଣାପଡୁଛି ଯେ, ଓଟିଭିର କର୍ମଚାରୀ ତାଙ୍କ ଝିଅଙ୍କ ସହ ଗଣଦୁ୍‌ଷ୍କର୍ମ କରିଥିବା ମାଆ ସଂପୃକ୍ତ ଚ୍ୟାନେଲର ଏମଡିଙ୍କୁ କହୁଛନ୍ତି । ଅଡିଓ ଟେପର୍ ବାର୍ତାଳାପରୁ ଜଣାପଡୁଛି ଯେ, ଓଟିଭି ଏମଡି ଘଟଣାକୁ ହାଲୁକା ଭାବେ ନେଇ ଏଡାଇ ଦେବାକୁ ଚେଷ୍ଟା କରୁଛନ୍ତି । ଝିଅକୁ  ଅଫିସ ଆଣିବାକୁ ମାଆଙ୍କୁ ଓଟିଭି ଏମଡି କହୁଛନ୍ତି । ଅଫିସକୁ ଆସି ସମସ୍ତ ଦୋଷୀଙ୍କୁ ଚିହ୍ନିବାକୁ ପୀଡିତାଙ୍କ ମାଆଙ୍କୁ କହୁଛନ୍ତି ଓଟିଭି ଏମଡି । ତାପରେ ହିଁ  ସେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପୀଡିତାଙ୍କ ମାଆଙ୍କୁ କହୁଛନ୍ତି ।  ଏଭଳି ଏକ ଅତି ସମ୍ବେଦନଶୀଳ ଘଟଣାରେ ପୀଡିତାଙ୍କ ମାଆଙ୍କୁ ଆଶ୍ୱାସନା ପରିବତେ ର୍ ଓଟିଭି ଏମଡି ଧମକ ଦେଲା ଭଳି ଜାରି ଅଡିଓ ଟେପରୁ ସ୍ପଷ୍ଟ ଜଣାପଡୁଛି । ପୀଡିତାଙ୍କ ମାଆ ଓଟିଭିରେ ରିସେପନିଷ୍ଟ ଭାବେ କାମ କରନ୍ତି ।

ଏଣେ ଏହି ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ହସ୍ତକ୍ଷେପ କରିଛନ୍ତି । ଓଟିଭ ଏମଡିଙ୍କୁ ୪୮ ଘଂଟା ମଧ୍ୟରେ ସମନ କରିବା ପାଇଁ  କମିଶନରେଟ୍ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛି କମିଶନ । ଏହାଛଡା  ପୀଡିତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ କମିଶନ ଦାବି କରିଛି । ସଂପୃକ୍ତ ଘରୋଇ ଟିଭି ଚ୍ୟାନେଲର ଏମଡି ଜାଣିଶୁଣି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି କମିଶନ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୀଡିତାଙ୍କ ମାଆ ଓଟିଭି କଂପାନିର ଏମଡିଙ୍କ ବିରୋଧରେ ଗତ ୮ ତାରିଖରେ ଅଭିଯୋଗ କରିଥିଲେ । କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.