ଓମିକ୍ରନ୍ ଅପେକ୍ଷା ‘ଓ ମିତ୍ରୋଁ’ ଅଧିକ ବିପଜ୍ଜନକ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥରୁରଙ୍କ କଟାକ୍ଷ

ନୂଆଦିଲ୍ଲୀ: ନିର୍ବାଚନ ରାଲି ଏବଂ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ସାଧାରଣତଃ ‘ମିତ୍ରୋଁ (ବନ୍ଧୁଗଣ)’ ବୋଲି ସମ୍ବୋଧିତ କରନ୍ତି | ‘ମିତ୍ରୋଁ’ ଶବ୍ଦ ନେଇ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ଏପରି ସମ୍ବୋଧନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଥରୁର କହିଛନ୍ତି ଯେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଅପେକ୍ଷା ‘ଓ ମିତ୍ରୋଁ’ ଅଧିକ ବିପଜ୍ଜନକ। କଂଗ୍ରେସ ସାଂସଦ କହିଛନ୍ତି ଯେ ‘ଓ ମିତ୍ରୋଁ’ ‘ ଏପରି ଏକ ବିପଜ୍ଜନକ ଭାଇରସ୍, ଯାହାର କୌଣସି ଅନ୍ତ ନାହିଁ।

ସୋମବାର ଦିନ ଶଶି ଥରୁର ଟୁଇଟ୍ କରି କହିଛନ୍ତି – ଓମିକ୍ରନ୍ ଅପେକ୍ଷା ‘ହେ ‘ମିତ୍ରୋଁ’ ‘ ଅଧିକ ବିପଜ୍ଜନକ। ଏହାର ପରିଣାମ ମଧ୍ୟ ଆମେ ସାମ୍ନା କରୁଛୁ | ପ୍ରତିଦିନ ସାମ୍ପ୍ରଦାୟିକତା, ଧ୍ରୂବୀକରଣ ଏବଂ ଘୃଣା ବୃଦ୍ଧି ପାଉଛି | ସମ୍ବିଧାନ ଏବଂ ଗଣତନ୍ତ୍ର ଦୁର୍ବଳ ହେଉଛି।

ପେଗାସସ୍ ଉପରେ ନୂଆ ଖୁଲାସା ପରେ କଂଗ୍ରେସ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଥରୁର ।

ନିକଟରେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ମୋଦି ସରକାର ପ୍ରାୟ ୧୫ ହଜାର କୋଟିର ଡିଲ୍ ଅନୁଯାୟୀ ଇସ୍ରାଏଲରୁ ପେଗାସସ୍ ସ୍ପାଏୱେୟାର କିଣିଛନ୍ତି। ୨୦୧୭ରେ ଏହି ଚୁକ୍ତି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଇସ୍ରାଏଲରେ ଥିଲେ। ଏହା ପରେ ଇସ୍ରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଭାରତ ଗସ୍ତ କରିଥିଲେ।

Comments are closed.