ଆଜି ରାଜ୍ୟସଭାରେ ଆଗତ ହେବ କୃଷି ବିଲ୍ , ନମ୍ବର ନ ଥିବାରୁ ଅଣ ଏନଡିଏ ଦଳଙ୍କ ସମର୍ଥନ ଆଶାରେ ସରକାର, ସିଲେକ୍ଟ କମିଟିକୁ ବିଲ୍ ପଠାଇବା ସପକ୍ଷରେ କଂଗ୍ରେସ

ନୂଆଦିଲ୍ଲୀ – ଆଜି ରାଜ୍ୟସଭାରେ ଆଗତ ହେବ କୃଷି ବିଲ୍ । ବିରୋଧୀଙ୍କ ବିରୋଧ ମଧ୍ୟରେ ସରକାର କୃଷି ବିଲ ଆଗତ କରି ଗୃହୀତ କରାଇବାକୁ ଚେଷ୍ଟା କରିବେ । ରାଜ୍ୟସସଭାରେ ଏନଡିଏର ବହୁମତ ନ ଥିବାରୁ କିଛି ଅଣ ଏନଡିଏ ଦଳର ସମର୍ଥନ ଆଶା କରୁଛନ୍ତି କେନ୍ଦ୍ର ସରକାର । ଏନଡିଏ ସହଯୋଗୀ ଶିରୋମଣି ଅକାଳୀ ଦଳ ବି ବିଲକୁ ବିରୋଧ କରି ମନ୍ତ୍ରିମଣ୍ଡଳରୁ ଓହରି ଯାଇଛି । ଏଭଳି ସ୍ଥିତିରେ ବିରୋଧୀ କଂଗ୍ରେସ ବି ଅଣ ଏନଡିଏ ଦଳମାନଙ୍କ ସହାୟତାରେ କୃଷି ବିଲ୍‌କୁ ଗୃହରେ ପାସ୍ କରାଇ ନ ଦେବାକୁ ଯୋଜନା ପ୍ରସ୍ତୁତ କରୁଛି ।

ରାଜ୍ୟସଭାରେ ନିର ସବୁ ସଦସ୍ୟଙ୍କୁ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରି କରିଛି କଂଗ୍ରେସ । କୃଷି ବିଲ୍ ନେଇ ଗୃହରେ ଚର୍ଚ୍ଚା ବେଳେ ଏହାକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦଳ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବ । କୃଷି ବିଧେୟକ ଲୋକସଭାରେ ଗୃହୀତ ହୋଇଯାଇଛି । ଏହା ଚାଷୀ ବିରୋଧୀ ବୋଲି କହିଛନ୍ତି ବିରୋଧୀ ଦଳ । ପଂଜାବ, ହରିୟାଣା, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଭଳି କିଛି ରାଜ୍ୟରେ କୃଷି ବିଲକୁ ଜୋରଦାର ବିରୋଧ କରାଯାଉଛି । ଆସନ୍ତା ୨୫ରେ କୃଷି ବିଲ୍ ବିରୋଧରେ ପଂଜାବ ବନ୍ଦ ଡାକରା ଦିଆଯାଇଛି ।

Comments are closed.