କୋଭିଡ ଟିକାକରଣର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ୮୧ ପ୍ରତିଶତ ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଦିନରେ ୮୧ ପ୍ରତିଶତ ଟିକାଦାନ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । ରାଜ୍ୟର ୧୬୧ଟି କେନ୍ଦ୍ରରେ ୧୩ ହଜାର ୨୯୨ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଟିକାକାରଣର କୌଣସି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ଭଦ୍ରକ ଜିଲ୍ଲାରେ ସର୍ବାଧିକ ୧୦୯ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ କୋରାପୁଟରେ ୧୦୫ ପ୍ରତିଶତ, ଅନୁଗୁଳ, ବାଲେଶ୍ୱର ଓ କନ୍ଧମାଳରେ ୧୦୦ ପ୍ରତିଶତ ଟିକାକରଣ ହୋଇଛି । ୧୬ ହଜାର ୩୧୪ ଜଣଙ୍କୁ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

Comments are closed.