ଆକାଶ ପାଠକଙ୍କ ପିଏ ଥିବା ଡେଭିଟ ପିଟରକୁ କ୍ରାଇମବ୍ରାଂଚର ଜେରା

ଭୁବନେଶ୍ୱର- ଚାକିରି ନାଁରେ ଠକେଇ ମାମଲାରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ପିଏ ଭାବେ କାର୍ଯ୍ୟ କରୁଥିବା ଡେଭିଡ ପିଟରଙ୍କୁ ଜେରା କରିଛି କ୍ରାଇମବ୍ରାଂଚ୍ । କେବଳ ଓଡିଶାରେ ନୁହେଁ, ଅନ୍ୟ ରାଜ୍ୟରେ ବି ଆକାଶ ଠକେଇ କରିଛନ୍ତି ବୋଲି ପିଟରଙ୍କୁ ଜେରା ବେଳେ ତଥ୍ୟ ମିଳିଛି । ମହାରାଷ୍ଟ୍ରର ପୁଣେରୁ ଡେଭିଡ ପିଟରଙ୍କୁ ଆଣି ଜେରା କରୁଛି କ୍ରାଇମବ୍ରାଂଚ୍ । ଟାଟା ମୋଟର୍ସର ଏମଡି ଭାବେ ଆକାଶ ପାଠକ ପରିଚୟ ଦେଉଥିଲେ ।

Comments are closed.