କୋରୋନା ସଂପର୍କିତ ପରାମର୍ଶ ପାଇଁ ହ୍ୱାଟସଆପ୍ ନମ୍ବର ଜାରି କଲେ ରାଜ୍ୟ ସରକାର, ଘରେ ବସି ଲୋକେ ପଚାରିପାରିବେ ପ୍ରଶ୍ନ

ଭୁବନେଶ୍ୱର- ଏଣିକି ହ୍ୱାଟ୍ସଆପରେ ବି ଲୋକଙ୍କୁ ମିଳିପାରିବ କୋରୋନା ସଂପର୍କିତ ପରାମର୍ଶ । ଏଥପାଇଁ ରାଜ୍ୟ ସରକାର ହ୍ୱାଟ୍ସ ଆପ୍ ନମ୍ବର ଜାରି କରିଛନ୍ତି । ପ୍ରତିଦିନ ଅପରାହ୍ନ ୩ଟାରୁ ସାଢେ ୩ଟା ଯାଏଁ ପ୍ରଶ୍ନ କରିପାରିବେ ଲୋକେ । ହ୍ୱାଟସଆପ୍ ନମ୍ବର ହେଲା ୯୯୩୭୫୬୪୦୬୬ । ଏହି ନମ୍ବରରେ କୋରୋନା ସଂପର୍କିତ ବିଭିନ୍ନ ପ୍ରଶ୍ନ ପଚାରିପାରିବେ ଲୋକେ । ପ୍ରଶ୍ନର ଉତର ଦେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅରରାହ୍ନ ସାଢେ ୪ଟାରେ ହେବ ପ୍ରେସମିଟ୍ । ଏ ନେଇ ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

Comments are closed.