ଦେଶରେ ଓମିକ୍ରନର ତୃତୀୟ ମାମଲା ଚିହ୍ନଟ, ଜିମ୍ବାୱେରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ଏକ ଘାତକ ଭାରିଆଣ୍ଟ ଭାବେ ବିବେଚନା କରାଯାଉଥିବା ଓମିକ୍ରନ୍ ର ତୃତୀୟ ମାମଲା ଚିହ୍ନଟ ହୋଇଛି । କର୍ଣ୍ଣାଟକ ପରେ ଗୁଜୁରାଟର ଜାମନଗରରେ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଥିବା କୁହାଯାଇଛି। ଗୁଜୁରାଟର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସଂକ୍ରମିତ ବ୍ୟକ୍ତି ଜିମ୍ବାୱେରୁ ଫେରିଥିଲେ।

ଓମିକ୍ରନ ବିପଦ ମଧ୍ୟରେ କେନ୍ଦ୍ର ତରଫରୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ବିଦେଶ ଫେରନ୍ତା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ଟିକାକରଣ ମଧ୍ୟ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି ।

Comments are closed.