ମହାରାଷ୍ଟ୍ର: ଡ଼ଙ୍ଗା ବୁଡ଼ି ୩ ମୃତ, ୮ ନିଖୋଜ

ନାଗପୁର: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଶ୍ରୀ କ୍ଷେତ୍ ଜୁଞ୍ଜରେ ଡଙ୍ଗା ବୁଡି ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ନିଖୋଜ ହୋଇଯାଇଛନ୍ତି । ଡଙ୍ଗାଟି ଓଲଟି ପଡ଼ିବାରୁ ୱାର୍ଦ୍ଧା ନଦୀରେ ୧୧ ଜଣ ଲୋକ ବୁଡ଼ିଯାଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟମାନଙ୍କ ଖୋଜା ଚାଲିଛି। ଏହି ଘଟଣା ପରେ ବିଦର୍ଭ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଗୋଟିଏ ପରିବାରର ୧୧ ଲୋକ ଦଶାହ କ୍ରିୟା ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଡଙ୍ଗାଟି ଓଲଟି ପଡ଼ିବାରୁ ତିନି ଜଣ ନଦୀରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ନିଖୋଜ ଥିବା ଲୋକଙ୍କୁ ସନ୍ଧାନ ଜାରି ରହିଛି। ଅମରାବତୀ ଜିଲ୍ଲାର ବେନୋଡା ସହିଦ ପୋଲିସ ଷ୍ଟେସନ ଅଧୀନରେ ଥିବା ଶ୍ରୀ କ୍ଷେତ୍ ଜୁଞ୍ଜର ୱାର୍ଦ୍ଧା ନଦୀରେ ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି ଏବଂ ଏପର୍ଯ୍ୟନ୍ତ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।୍
ଡାଇଭର୍ସ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଖୋଜମାନଙ୍କ ପାଇଁ ଖୋଜା ଚାଲିଛି | ନିଖୋଜଙ୍କ ବଞ୍ଚିବାର ସମ୍ଭାବନା କମ୍ ବୋଲି କୁହାଯାଉଛି।

Comments are closed.