ହାଇଦ୍ରାବାଦରେ ଓମିକ୍ରନର ତିନି ମାମଲା ଚିହ୍ନଟ

ହାଇଦ୍ରାବାଦ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି | ବୁଧବାର ହାଇଦ୍ରାବାଦରେ ଦୁଇ ବିଦେଶୀ ନାଗରିକ ଏବଂ ଜଣେ ଶିଶୁଙ୍କ ସମେତ ତିନି ଜଣଙ୍କର ନମୁନାରେ ଓମିକ୍ରନ୍ ଷ୍ଟ୍ରେନ୍ ମିଳିଛି । ଏଥିମଧ୍ୟରୁ ଜଣେ ସଂକ୍ରମିତ ବ୍ୟକ୍ତି ସୋମାଲିଆରୁ ଏବଂ ମହିଳା କେନିଆରୁ ଆସିଛନ୍ତି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡକ୍ଟର ଜି ଶ୍ରୀନିବାସା ରାଓ କହିଛନ୍ତି, “ରାଜ୍ୟରେ ଦୁଇଟି ମାମଲା ବିପଦପୂର୍ଣ୍ଣ ଦେଶରୁ ଆସିଛି। ସୋମାଲିଆର ଜଣେ ପୁରୁଷ ଏବଂ କେନିଆର ଜଣେ ମହିଳା ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନେ ଦୁବାଇ ଦେଇ ହାଇଦ୍ରାବାଦକୁ ଆସିଛନ୍ତି। ଆମେ ଅନ୍ୟ ଜଣଙ୍କୁ ଟ୍ରେସ୍ କରୁଛୁ |

ରାଓ ଆହୁରି କହିଛନ୍ତି, ଅନ୍ତର୍ଜାତୀୟ ଯାତ୍ରୀ ଥିବା ଶିଶୁ ଜଣକ ବିମାନ ବନ୍ଦରରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ​​| ସେ ହାଇଦ୍ରାବାଦରୁ ପଶ୍ଚିମବଙ୍ଗକୁ ସିଧା ଯାଇଥିଲେ। ”ରାଓ କହିଛନ୍ତି ଯେ ହାଇଦ୍ରାବାଦରେ ବିଦେଶୀ ନାଗରିକଙ୍କୁ କ୍ବାରେଣ୍ଟାଇନ୍ କରାଯିବ ଏବଂ ସୁସ୍ଥ ହେବା ପରେ ସେମାନଙ୍କ ଦେଶକୁ ପଠାଯିବ। ସେମାନେ କିଛି ବ୍ୟକ୍ତିଗତ କାମ ପାଇଁ ହାଇଦ୍ରାବାଦକୁ ଆସିଛନ୍ତି |

Comments are closed.