ରାଜ୍ୟରେ ଦିନକରେ ୫୮ ହଜାର ୩୩୮ କୋରୋନା ଟେଷ୍ଟ, କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ଟେଷ୍ଟିଂ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟାରେ ୫୮ ହଜାର ୩୩୮ କୋରୋନା ଟେଷ୍ଟ ହୋଇଛି । ଏଥିମଧ୍ୟରୁ ୫୦ ହଜାର ୪୪୯ ଜଣଙ୍କର ଆଂଟିଜେନ୍ ଟେଷ୍ଟ ହୋଇଥିବା ବେଳେ ୭ ହଜାର ୮୧୩ ଆରଟିପିସିଆର୍ ଟେଷ୍ଟ ହୋଇଛି । ୭୬ଟି ଟ୍ରୁନଟ୍ ଟେଷ୍ଟ କରାଯାଇଛି ।

କେନ୍ଦ୍ରାପଡାରେ ସର୍ବାଧିକ ୮ ହଜାର ୮୦୭ କୋଭିଡ ଟେଷ୍ଟ କରାଯାଇଛି । ମୟୂରଭଂଜ ଜିଲ୍ଲାରେ ୭ ହଜାର ୯୧୫ ଓ ଗଂଜାମ ଜିଲ୍ଲାରେ ୭ ହଜାର ୬୨୪ ଟେଷ୍ଟ ହୋଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.