ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ,ମୋଟ ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଭୁବନେଶ୍ୱର- ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ବାହାରିବେ । ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ମୋଟ ୧୦୬ଟି ପ୍ରକଳ୍ପ ପାଇଁ ୨ ହଜାର ୮୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୋରୋନା କଟକଣାରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ । କଳାହାଣ୍ଡି ଜିଲ୍ଲା ଗସ୍ତ ପାଇଁ ସେ ବେଶ ଉତ୍ସାହିତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ଭାଷାରେ ଟ୍ୱିଟ କରିଛନ୍ତି ।

Comments are closed.