ଗଡଚିରୋଲି ଏନକାଉଣ୍ଟରରେ କୁଖ୍ୟାତ ମାଓ କମାଣ୍ଡର ମିଲିନ୍ଦ ଟେଲତୁମ୍ବଡେ ବି ନିହତ, ମୁଣ୍ଡ ଉପରେ ଥିଲା ୫୦ ଲକ୍ଷ ଟଙ୍କା ପୁରସ୍କାର

ଗଡଚିରୋଲି: ମହାରାଷ୍ଟ୍ରର ଶନିବାର ଗଡଚିରୋଲି ଜିଲ୍ଲାରେ ପୋଲିସ ସହ ହୋଇଥିବା ଏନକାଉଣ୍ଟରରେ ଅତି କମରେ ୨୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ନିହତ ମାଓବାଦୀଙ୍କ ମଧ୍ୟରେ କୁଖ୍ୟାତ ମାଓ କମାଣ୍ଡର ମିଲିନ୍ଦ ଟେଲତୁମ୍ବଡେ ମଧ୍ୟ ରହିଥିବା ଜଣାପଡିଛି। ଟେଲତୁମ୍ବଡେ ଉପରେ ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ମିଲିନ୍ଦ ଟେଲତୁମ୍ବଡେ ସହ ଏନକାଉଣ୍ଟରରେ ତାର ପତ୍ନୀ ମଧ୍ୟ ନିହତ ହୋଇଥିବା ଖବର ରହିଛି।

ମୃତ ୨୬ ନକ୍ସଲଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ନକ୍ସଲ ଏବଂ ୬ ଜଣ ମହିଳା ବୋଲି କୁହାଯାଉଛି। ସୂଚନାନୁସାରେ, ସେମାନଙ୍କ ଠାରୁ ଏକେ-୪୭, ଇନ୍ସାସ୍ ଏବଂ ଏସ୍ଏଲ୍ଆର୍
ରାଇଫଲଜବତ କରାଯାଇଛି।

ମିଲିନ୍ଦ ଟେଲତୁମ୍ବଡେ ଏମଏମସି (ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ଡିଭିଜନର ମୁଖ୍ୟ ଥିଲା ଏବଂ ଏହି ସବୁ ଅଞ୍ଚଳରେ ଘଟିଥିବା ମାଓ ଆକ୍ରମଣର ନେତୃତ୍ୱ ନେଇଥିଲା। ସେ ମଧ୍ୟ ସିପିଆଇ (ମାଓ) ର କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା। ମିଲିନ୍ଦ ଟେଲତୁମ୍ବଡେ ସହ ସବୁବେଳେ ସଶସ୍ତ୍ର ଅଙ୍ଗରକ୍ଷୀଙ୍କ ସହ ଏକ ପ୍ଲାଟୁନ୍ ମାଓବାଦୀ ରହୁଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଟେଲତୁମ୍ବଡେ ନିକଟରେ ୧୦୦ ନକ୍ସଲଙ୍କୁ ଭର୍ତ୍ତି କରିଥିଲା ଏବଂ ସେ ସେମାନଙ୍କୁ ବସ୍ତରରୁ ମଧ୍ୟପ୍ରଦେଶର ବାଲାଘାଟକୁ ନେବାକୁ ଯୋଜନା କରିଥିଲା। ରାସନ ଟ୍ରକରେ ଲାଗିଥିବା ଜିପିଏସ୍ ଟ୍ରାକର୍ ଜରିଆରେ ତା’ର ଗତିବିଧି ଉପରେ ନଜର ରଖାଯାଉଥିଲା । ଯେତେବେଳେ ସେ ରାସନ ସାମଗ୍ରୀ କିଣିଥିଲା ସେତେବେଳେ ସୁରକ୍ଷା ବାହିନୀ ତାର ଠିକଣା ଜାଣିବାକୁ ପାଇଥିଲେ।

Comments are closed.