ଗରିବଙ୍କ ପାଇଁ ଇଣ୍ଟରନେଟ୍ ସବସିଡି, ସର୍ବନିମ୍ନ ଇଣ୍ଟରନେଟ ସ୍ପିଡ୍ ୨ ଏମବିପିଏସ୍ କରିବାକୁ ଟ୍ରାଇର ସୁପାରିସ

ନୂଆଦିଲ୍ଲୀ: ଦେଶରେ ଇଣ୍ଟରନେଟ୍ ସଂଯୋଗ ବୃଦ୍ଧି କରିବା ପାଇଁ ଭାରତୀୟ ଟେଲିକମ ପ୍ରାଧିକରଣ (ଟ୍ରାଇ) ଗରିବ ଲୋକଙ୍କୁ ଇଣ୍ଟରନେଟ୍ ସବସିଡି ଦେବାକୁ ସୁପାରିସ କରିଛି | ଟ୍ରାଇ ସରକାରଙ୍କୁ କହିଛି ଯେ ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ ସଂଯୋଗ ପାଇଁ ପ୍ରତି ବ୍ୟକ୍ତିଙ୍କ ପାଇଁ ୨୦୦ ଟଙ୍କା ସବସିଡି ଦିଆଯିବା ଉଚିତ। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଏହି ରାଶି ଗରିବ ଲୋକଙ୍କୁ ଦିଆଯାଇପାରିବ | ଏହା ବ୍ୟତୀତ ଟ୍ରାଇ ସରକାରଙ୍କୁ ଅନ୍ୟ କିଛି ପରାମର୍ଶ ବି ଦେଇଛି |

ଟ୍ରାଇ କହିଛି ଯେ, କରୋନା କାଳରେ ଘରୁ କାମ କରିବା ସହିତ ଅନଲାଇନ୍ ଅଧ୍ୟୟନ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ଇଣ୍ଟରନେଟ୍ ସ୍ପିଡ୍ ବୃଦ୍ଧି ହେବା ଉଚିତ | ଏହି ଇଣ୍ଟରନେଟ୍ ସ୍ପିଡ୍ ସର୍ବନିମ୍ନ ୫୧୨ କେବିପିଏସରୁ ୨ ଏମବିପିସ୍ କୁ ବଢାଯିବା ଆବଶ୍ୟକ | ଟ୍ରାଇ କହିଛି ଯେ ସ୍ପିଡ୍ ବୃଦ୍ଧି କରିବାକୁ ବ୍ରଡବ୍ୟାଣ୍ଡ ସେବା ଯୋଗାଉଥିବା କମ୍ପାନୀଗୁଡିକର ମୂଲ୍ୟ ହ୍ରାସ କରିବାକୁ ପଡିବ | ଏଭଳି ପରିସ୍ଥିତିରେ ଲାଇସେନ୍ସ ଶୁଳ୍କ ହ୍ରାସ କରିବାର ଆବଶ୍ୟକତା ରହିବ।

ଟ୍ରାଇ ଏହାର ସୁପାରିଶରେ କହିଛି ଯେ ସରକାରଙ୍କୁ ଉପଲବ୍ଧ ହେଉଥିବା ମିଡ-ବ୍ୟାଣ୍ଡ ସ୍ପେକ୍ଟ୍ରମ ଅର୍ଥାତ୍ ୩୩୦୦ ମେଗାହର୍ଜରୁ ୩୬୦୦ ମେଗାହର୍ଜର ଶୀଘ୍ର ନିଲାମ କରାଯିବା ଉଚିତ। ମୋବାଇଲ୍ ବ୍ରଡବ୍ୟାଣ୍ଡ୍ର ଗତିକୁ ଆହୁରି ବଢ଼ାଇବାକୁ ଆଇଏମଟି-୨୦୨୦ ଉଦ୍ଦେଶ୍ୟ ପାଇଁ ଏମ୍ଏମ୍-ଓ୍ବେବ ପରିସରରେ ସ୍ପେକ୍ଟ୍ରମ୍ ଆବଣ୍ଟନ ତ୍ୱରାନ୍ୱିତ ହେବା ଉଚିତ |
ତିନୋଟି ବର୍ଗର ବ୍ରଡବ୍ୟାଣ୍ଡ ସେବା ପାଇଁ ଟ୍ରାଇ ସରକାରଙ୍କୁ ପରାମର୍ଶ ଦେଇଛି, ଯେଉଁଥିରେ ସର୍ବନିମ୍ନ ବେଗକୁ ୨ ଏମବିପିଏସକୁ ବୃଦ୍ଧି, ୫୦ ରୁ ୩୦୦ ଏମବିପିଏସ ଡାଉନଲୋଡ୍ ବେଗ ପାଇଁ ଦ୍ରୁତ ସ୍ପିଡ୍ ଏବଂ ୩୦୦ ଏମବିପିଏସରୁ ଅଧିକ ସୁପର ଫାଷ୍ଟ ସେବା ଅନ୍ତର୍ଭୁକ୍ତ। ଜଣେ ଉପଭୋକ୍ତା ଗୋଟିଏ ମାସରେ ୧୩,୪୬୨ ଏମବି ଡାଟା ବ୍ୟବହାର କରନ୍ତି | ବର୍ତ୍ତମାନ ୫୧୨ କେବିପିଏସ ର ସର୍ବନିମ୍ନ ଡାଉନଲୋଡ୍ ସ୍ପିଡ୍ ବ୍ରଡବ୍ୟାଣ୍ଡ ଭାବରେ ବିବେଚନା କରାଯାଏ |

Comments are closed.