ଆଇପିଏସ ସ୍ତରରେ ଅଦଳବଦଳ, ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି, ସିଦ୍ଧାର୍ଥ କଟାରିଆ ନୂଆ ଏସପି

ଭୁବନେଶ୍ୱର- ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନୟାଗଡ ଏସପି ଭାବେ ପ୍ରତ୍ୟୁଷ ଦିବାକରଙ୍କୁ ହଟାଇଦିଆଯାଇଛି । ତାଙ୍କୁ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସିଦ୍ଧାର୍ଥ କଟାରିଆ ହୋଇଛନ୍ତି ନୟାଗଡର ନୂଆ ଏସପି । ନରସିଂହ ଭୋଳ ସମ୍ବଲପୁର ପୋଲିସ ମହାନିରୀକ୍ଷକ ହୋଇଛନ୍ତି । ପି.ରାଜେଶ ଉତ୍ତମ ରାଓ କୋରାପୁଟର ଭାରପ୍ରାପ୍ତ ଡିଆଇଜି ହୋଇଛନ୍ତି । ସଫିନ ଅହମ୍ମଦଙ୍କୁ ପୋଲିସ ବୈଷୟିକ ବିଭାଗ ଡିଆଇଜି କରାଯାଇଛି । ସାର୍ଥକ ଷଡଙ୍ଗୀଙ୍କୁ ଅନୁଗୁଳ ଡିଆଇଜି କରାଯାଇଛି ।

ଅବିନାଶ କୁମାର ରାଜ୍ୟ ସଶସ୍ତ୍ର ପୋଲିସ ଡିଆଇଜି ହୋଇଛନ୍ତି । ବି.ଗଙ୍ଗାଧର ସମ୍ବଲପୁର ଏସପି ହୋଇଥିବା ବେଳେ ଚରଣ ସିଂହ ମୀନା ଭଦ୍ରକ ଏସପି ହୋଇଛନ୍ତି । କେ. ଶିବା ସୁବ୍ରମଣି ଢେଙ୍କାନାଳର ନୂଆ ଏସପି ହୋଇଛନ୍ତି । ପି.ଆର୍ ରାହୁଲ ଯାଜପୁର ଏସପି ଓ ଏନ୍ ସନ୍ଦୀପ ସଂପଦ କେନ୍ଦ୍ରାପଡା ଏସପି ହୋଇଛନ୍ତି ।

Comments are closed.