ଟ୍ୱିଟର ଡକ୍ୟୁମେଣ୍ଟରେ ଖୁଲାସା, ରାଜନେତା, ସାମ୍ବାଦିକଙ୍କ ଆକାଉଣ୍ଟ ବ୍ଲକ୍ କରିବାକୁ କହିଥିଲେ ସରକାର

ନୂଆଦିଲ୍ଲୀ: ଅନେକ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରିବାକୁ କେନ୍ଦ୍ର ସରକାର ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ। ଆଡଭୋକେସି ଗ୍ରୁପ୍ ଫ୍ରିଡମ ହାଉସ, ସାମ୍ବାଦିକ, ରାଜନେତା ଏବଂ କୃଷକଙ୍କ ସମର୍ଥକଙ୍କ ଅନେକ ଆକାଉଣ୍ଟ ଏବଂ କିଛି ଟ୍ୱିଟକୁ ବ୍ଲକ କରିବାକୁ ସରକାର ଗତ ବର୍ଷ ଟ୍ୱିଟରକୁ କହିଥିଲେ। ଟ୍ୱିଟର ଡକ୍ୟୁମେଣ୍ଟରେ ଏହା ପ୍ରକାଶ ପାଇଛି | ଜୁନ୍ ୨୬ରେ ଟ୍ୱିଟର ଦ୍ବାରା ପ୍ରକାଶିତ ଏକ ଡକ୍ୟୁମେଣ୍ଟରେ ଏହି ସୂଚନା ସାମ୍ନାକୁ ଆସିଛି।

ଜୁନ୍ ୨୬ରେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପକ୍ଷରୁ ଦାଖଲ ହୋଇଥିବା ଏକ ଦଲିଲ ଅନୁଯାୟୀ ସୋସିଆଲ ମିଡିଆ ନେଟୱାର୍କ ଟ୍ୱିଟରକୁ ସରକାର ଗତ ବର୍ଷ ଏକାଧିକ ଆକାଉଣ୍ଟ ଏବଂ ଆଡଭୋକେସି ଗ୍ରୁପ୍ ଫ୍ରିଡମ ହାଉସ, ସାମ୍ବାଦିକ, ରାଜନେତା ତଥା କୃଷକଙ୍କ ସମର୍ଥକଙ୍କ ଏକାଧିକ ଟ୍ୱିଟ ବ୍ଲକ୍ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ।

ରିପୋର୍ଟ ଅନୁଯାୟୀ, ଜାନୁୟାରୀ ୫, ୨୦୨୧ରୁ ଡିସେମ୍ବର ୨୯, ୨୦୨୧ ମଧ୍ୟରେ ସରକାରଙ୍କ ଅନୁରୋଧ ପଠାଯାଇଥିଲା। ଗୁଗୁଲ୍, ଫେସବୁକ୍ ଏବଂ ଟ୍ୱିଟର ଭଳି ପ୍ରମୁଖ ଇଣ୍ଟରନେଟ୍ କମ୍ପାନୀ ୱେବ୍ ଲିଙ୍କ୍ କିମ୍ବା ସୋସିଆଲ୍ ମିଡିଆ ଆକାଉଣ୍ଟ ବିଷୟରେ ଲୁମେନ ଡାଟାବେସ୍ ସହିତ ସୂଚନା ରେକର୍ଡ କରନ୍ତି ଯାହା ପ୍ରଯୁଜ୍ୟ ନିୟମ ଅନୁଯାୟୀ କୌଣସି ସଂସ୍ଥା ଦ୍ବାରା ସେମାନଙ୍କୁ ବ୍ଲକ୍ କରିବାକୁ କୁହାଯାଇଥାଏ |

ତେବେ ଏକ ଲିଙ୍କ୍ କିମ୍ବା ଆକାଉଣ୍ଟକୁ ବ୍ଲକ୍ କରିବାକୁ ଅନୁରୋଧ କାର୍ଯ୍ୟକାରୀ କରାଯାଇଥିଲା କି ନାହିଁ ସେ ସମ୍ବନ୍ଧରେ ସୂଚନା ଉପଲବ୍ଧ ନାହିଁ | ଟ୍ୱିଟର ଦ୍ବାରା ପ୍ରକାଶିତ ଏକ ଡକ୍ୟୁମେଣ୍ଟ ଅନୁଯାୟୀ ସୋସିଆଲ ନେଟୱାର୍କକୁ ଆନ୍ତର୍ଜାତୀୟ ‘ଆଡଭୋକେସି ଗ୍ରୁପ୍ ଫ୍ରିଡମ ହାଉସ’ ନାମକ ଏକ ଆକାଉଣ୍ଟର ଟ୍ୱିଟକୁ ବ୍ଲକ୍ କରିବାକୁ କୁହାଯାଇଥିଲା । ଏହି ସଂସ୍ଥା ଇଣ୍ଟରନେଟରେ ଗଣତନ୍ତ୍ର, ରାଜନୈତିକ ସ୍ବାଧୀନତା ତଥା ମାନବିକ ଅଧିକାର ଉପରେ ଅନୁସନ୍ଧାନ ଏବଂ ଓକିଲାତି କରିଥାଏ। ।

ଟ୍ବିଟର ଦଲିଲ ଅନୁଯାୟୀ, ସରକାର ଏହି ସୋସିଆଲ ମିଡ଼ିଆ କମ୍ପାନୀକୁ ଫ୍ରିଡମ ହାଉସର କିଛି ଟ୍ୱିଟକୁ ବ୍ଲକ୍ କରିବାକୁ କହିଥିଲେ ଯେଉଁଥିରେ ୨୦୨୦ରେ ଇଣ୍ଟରନେଟ ସ୍ୱାଧୀନତାର ସ୍ଥିତି ଏବଂ ଭାରତରେ ଏହାର ଦ୍ରୁତ ଅବନତି ବିଷୟରେ ଆଲୋଚନା କରାଯାଇଥିଲା।

ଏହି ଦଲିଲରୁ ପ୍ରକାଶ ଯେ ସରକାର କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ସଦସ୍ୟଙ୍କ ଟ୍ବିଟକୁ ମଧ୍ୟ ବ୍ଲକ୍ କରିବାକୁ କହିଥିଲେ, ଯେଉଁଥିରେ ବିଧାୟକ ଜର୍ଣ୍ଣେଲ ସିଂ ମଧ୍ୟ ସାମିଲ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିସାନ ଏକତା ମୋର୍ଚ୍ଚାର ଆକାଉଣ୍ଟକୁ ବି ବ୍ଲକ୍ କରିବାକୁ ଟ୍ୱିଟରକୁ ଅନୁରୋଧ କରିଥିଲେ ସରକାର । ସୋମବାର ପ୍ରକାଶିତ ଏକ ବିବୃତ୍ତିରେ ସଂଯୁକ୍ତ କିସାନ୍ ମୋର୍ଚା (ଏସକେଏମ୍) ଲୋକଙ୍କ ଟ୍ୱିଟକୁ ବ୍ଲକ୍ କରିବା ପାଇଁ ସରକାରଙ୍କ ଏଭଳି ପଦକ୍ଷେପ ଉପରେ ଆପତ୍ତି ଉଠାଇଛି ।

Comments are closed.