ଭାରତରେ ପହଞ୍ଚିଲା ଓମିକ୍ରନ୍, କର୍ଣ୍ଣାଟକରେ ଦୁଇ ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଶେଷରେ ଭାରତରେ ପହଞ୍ଚିଛି | ଦେଶରେ ଏହି ପ୍ରଜାତିର ଦୁଇଟି ମାମଲା କର୍ଣ୍ଣାଟକରେ ଚିହ୍ନଟ ହୋଇଛି । ଜଣେ ୪୬ ବର୍ଷ ଏବଂ ଆଉ ଜଣେ ୬୬ ବର୍ଷ ବୟସ ସଂକ୍ରମିତ ବ୍ୟକ୍ତିଙ୍କ ନମୁନାର ଜିନୋମ ସ୍ବିକ୍ବେନ୍ସିଂ ପରେ ସେମାନେ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡିଥିଲା | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଶୀଘ୍ର ବ୍ୟାପିଥାଏ ବୋଲି ବୈଜ୍ଞାନିକଙ୍କ ଆକଳନରୁ ଜଣାପଡିଛି | କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ୫ ଗୁଣ ଅଧିକ ସଂକ୍ରାମକ ହୋଇପାରେ | ଏଯାବତ୍ ୨୯ ଟି ଦେଶରେ ଓମିକ୍ରନର ୩୭୩ ଟି ମାମଲା ଚିହ୍ନଟ ହୋଇଛି ।

Comments are closed.