ଆବୁଧାବି ବିମାନ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ, ଦୁଇ ଭାରତୀୟ ନାଗରିକଙ୍କ ସହ ୩ ମୃତ

ଦୁବାଇ: ଆବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ୟୁଏଇ ଉପରେ ଏହି ଆକ୍ରମଣ କରିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ ସୋମବାର ଆବୁଧାବିର ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ଦୁଇ ଜଣ ଭାରତୀୟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୬ ଜଣ ଆହତ ହୋଇଛନ୍ତି।

ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ୟୁଏଇ ଉପରେ ଆକ୍ରମଣ କରିବା ପାଇଁ ଏହି ସଂଗଠନ କିଛି ଦିନ ତଳେ ଧମକ ଦେଇଥିଲା। ୟୁଏଇର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ବିମାନ ବନ୍ଦରରେ ଆବୁଧାବି ଜାତୀୟ ତୈଳ କମ୍ପାନୀ (ADNOC)ର ପେଟ୍ରୋଲ ପରିବହନ କରୁଥିବା ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଟ୍ୟାଙ୍କରରେ ନିଆଁ ଲାଗିବା ପୂର୍ବରୁ ଆକାଶରେ ଡ୍ରୋନ୍ ପରି ଆକୃତି ଦୁଇଟି ଭିନ୍ନ ଅଞ୍ଚଳରେ ପଡିଥିବାର ଦେଖାଯାଇଥିଲା।

Comments are closed.