ପୋଲିସ ବସ୍ ଉପରେ ଆତଙ୍କୀ ଆକ୍ରମଣ, ଦୁଇ ଯବାନ ସହିଦ, ୧୨ ଆହତ

ଶ୍ରୀନଗର: ଆତଙ୍କବାଦୀମାନେ ଆଜି ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ବଡ଼ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। କାଶ୍ମୀର ଜୋନ୍ ପୋଲିସର ସୂଚନାନୁସାରେ ଆତଙ୍କବାଦୀମାନେ ପନ୍ତା ଛକ ଅଞ୍ଚଳରେ ପୋଲିସ୍ ଗାଡି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୪ ଜଣ ଯବାନ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।

କାଶ୍ମୀର ଜୋନ୍ ପୋଲିସ୍ ଟ୍ୱିଟ୍ କରି କହିଛି ଯେ ଆହତ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ଏଏସ୍ଆଇ ଏବଂ ଜଣେ ସିଲେକ୍ଟ ଗ୍ରେଡ୍ କନଷ୍ଟେବଳ ସହିଦ ହୋଇଛନ୍ତି। ଅହମ୍ମଦ, ରାବିକାନ୍ତ, ଶୌକତ ଅଲି, ଅରସିଦ ମହମ୍ମଦ, ଶଫିକ୍ ଅଲି, ସତଭୀର ଶର୍ମା ଏବଂ ଆଦିଲ ଅଲି ଆହତ ହୋଇଛନ୍ତି।

ସୂଚନାନୁସାରେ, ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ ମୋଟର ସାଇକେଲରେ ଆସି ଆତଙ୍କବାଦୀମାନେ ପୋଲିସ ବସ୍‌ ଉପରେ ଗୁଳି ଚଳାଇଥିଲେ। ସୂଚନାନୁସାରେ, ଏହି ଆକ୍ରମଣ ପାଇଁ କାଶ୍ମୀର ଟାଇଗର୍ସ ନିଜକୁ ଦାୟୀ କରିଛି। ଏହି ଗୋଷ୍ଠୀର ନାମ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ଏବଂ ଲଶ୍କର-ଏ-ତଇବା ସହ ଏହାର ସମ୍ପର୍କ ଥିବା ଜଣାପଡିଛି ।

Comments are closed.