ଦିଲ୍ଲୀ ଅବକାରୀ ଦୁର୍ନୀତି: ଫାର୍ମା କମ୍ପାନୀର ମାଲିକଙ୍କ ସହ ଆଉ ଦୁଇ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଏହି ଦୁଇ ବ୍ୟକ୍ତି ହେଉଛନ୍ତି ଶରତ ରେଡ୍ଡୀ ଏବଂ ବିନୟ ବାବୁ । ଜଣେ ଆନ୍ଧ୍ରପ୍ରଦେଶର ଏକ ଫାର୍ମା କମ୍ପାନୀର ମାଲିକ ହୋଇଥିବା ବେଳେ ଆଉ ଜଣେ ତେଲେଙ୍ଗାନାର ବ୍ୟବସାୟୀ । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଇଡି ୩ ଜଣଙ୍କୁ ଓ ସିବିଆଇ ୨ ଜଣଙ୍କୁ ଗିରଫ କରିଛି। ଅବକାରୀ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ଦୀନେଶ ଆରୋରା ରାଜସାକ୍ଷୀ ହେବାକୁ କୋର୍ଟରେ ଆବେଦନ କରିଛନ୍ତି।

Comments are closed.