ବିଜେଡିରେ ସାମିଲ ହେଲେ ଜେଏମଏମର ଦୁଇ ନେତା

ଭୁବନେଶ୍ୱର –ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା –ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେଂବ୍ରମ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଜେଏମଏମର ପୂର୍ବତନ ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ବି ବିଜେଡିରେ ଯୋଗ ଦେଇଛନ୍ତି । ଆଜି ଭୁବନେଶ୍ୱରରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ସହ ସାମିଲ ହୋଇଛନ୍ତି ଜେଏମଏମର ଦୁଇ ପୂର୍ବତନ ନେତା । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

Comments are closed.