ପୁଲୱାମା ଏନକାଉଣ୍ଟର: ଜୈଶ କମାଣ୍ଡର ସହ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀଙ୍କ ସହ ସଂଘର୍ଷରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜପୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା | ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଜୈଶ-ଏ-ମହମ୍ମଦ କମାଣ୍ଡର ହୋଇଥିବା ବେଳେ ଅନ୍ୟ ଜଣେ ବିଦେଶୀ ଆତଙ୍କବାଦୀ ବୋଲି ଜଣାପଡ଼ିଛି। କାଶ୍ମୀରର ଆଇଜି କହିଛନ୍ତି ଯେ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ୟାସିର ପ୍ୟାରୀ ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛି । ସେ ଆଇଡି ତିଆରି କରିବାରେ ମାହିର୍ ଥିଲା | ଏହା ସହିତ ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କବାଦୀ ଫୁରକାନ ମଧ୍ୟ ନିହତ ହୋଇଛି। ଦୁହେଁ ଅନେକ ଗମ୍ଭୀର ଆତଙ୍କବାଦୀ ଘଟଣା ପାଇଁ ଦାୟୀ ଥିଲେ।

ଗତକାଲି ରାତିରେ ପୁଲୱାମାର ରାଜପୁରାର କସବାର ଗ୍ରାମକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବାବେଳେ ଏକ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ସୁରକ୍ଷା ବାହିନୀର ପାଲଟା ଜବାବରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ସର୍ଚ୍ଚ ଅପରେସନ୍ ଜାରି ରହିଛି | ଜଣେ ଆତଙ୍କବାଦୀ ଏବେ ବି ଉକ୍ତ ସ୍ଥାନରେ ଲୁଚି ରହିଥାଇ ପାରନ୍ତି ବୋଲି କୁହାଯାଇଛି ।

Comments are closed.