ଉଦୟପୁର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ବାଇକ୍ ନମ୍ବର ହେଉଛି ୨୬୧୧, ଏହି ନମ୍ବର ପ୍ଲେଟ୍ ପାଇଁ ଦେଇଥିଲେ ଅଧିକ ଟଙ୍କା

ଉଦୟପୁର: ଉଦୟପୁର ହତ୍ୟା ମାମଲାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ସୂଚନାନୁସାରେ, ଜଣେ ଅଭିଯୁକ୍ତର ବାଇକ୍ ନମ୍ବର ହେଉଛି ‘୨୬୧୧’ । ଏହି ନମ୍ବର ପ୍ଲେଟ୍’ ପାଇବା ପାଇଁ ସେ ୫୦୦୦ ଟଙ୍କା ଅଧିକ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ସଂକ୍ଷିପ୍ତରେ ୨୬/୧୧ ବୋଲି କୁହାଯାଏ । ଉଦୟପୁର ହତ୍ୟାକାଣ୍ଡ ଅଭିଯୁକ୍ତର ବାଇକ୍ ନମ୍ବର୍ ୨୬୧୧ ହୋଇଥିବାରୁ ପୋଲିସ ଏହି ନମ୍ବରକୁ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ତାରିଖ ସହ ଯୋଡ଼ି ଦେଖୁଛି।

ଟେଲର କହ୍ନେୟା ଲାଲଙ୍କ ଗଳା କାଟି ହତ୍ୟା କରିବା ପରେ ଏହି ବାଇକରେ ଦୁଇଜଣ ହତ୍ୟାକାରୀ ଘାଉସ୍ ମହମ୍ମଦ ଏବଂ ରିୟାଜ ଅଖତାରୀ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତଙ୍କ ଏହି ବାଇକ୍ ନମ୍ବର ହେଉଛି RJ 27 AS 2611 । ଏହି ବାଇକ୍ ସମ୍ପ୍ରତି ଉଦୟପୁରର ଧାନମଣ୍ଡି ପୋଲିସ୍ ଷ୍ଟେସନରେ ଅଛି |

ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ରିୟାଜ ନିଜ ବାଇକ୍ ପାଇଁ ଜାଣିଶୁଣି ‘୨୬୧୧’ ନମ୍ବର ମାଗିଥିଲା ଏବଂ ଏହି ନମ୍ବର ପ୍ଲେଟ ପାଇଁ ୫୦୦୦ ଟଙ୍କା ଅଧିକ ଦେଇଥିଲା । ପୋଲିସ ଏହି ବାଇକ୍ ନମ୍ବର ମାଧ୍ୟମରେ ଅଭୀଯୁକ୍ତଙ୍କ ଲିଙ୍କର ମୂଳକୁ ଯିବାକୁ ଚାହୁଁଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ରିୟାଜଙ୍କ ପାସପୋର୍ଟରୁ ସେ ୨୦୧୪ରେ ନେପାଳ ଯାଇଥିଲା ।

ପୂର୍ବରୁ ଉଦୟପୁର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍ ସାମ୍ନାକୁ ଆସିଥିଲା । ଦୁହିଁଙ୍କ ପାକିସ୍ତାନର ଏକ କମ୍ ଜଣାଶୁଣା ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିଲା ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତ ଘାଉସ୍ ମହମ୍ମଦ ଏବଂ ରିୟାଜ ଅଖତାରୀ ଗତ ମଙ୍ଗଳବାର ଅପରାହ୍ନରେ ଧାନମଣ୍ଡି ପୋଲିସ ଥାନା ଅଞ୍ଚଳ ସ୍ଥିତ ଟେଲର କହ୍ନେୟା ଲାଲଙ୍କ ଦୋକାନରେ ପହଞ୍ଚିଥିଲେ। ସେମାନଙ୍କ ନିଜକୁ ଗ୍ରାହକ ବୋଲି ପରିଚୟ ଦେଇ କାନହୟାଲାଲଙ୍କୁ ସେମାନଙ୍କର ମାପ ନେବାକୁ କହିଥିଲେ । କାନହୟାଲାଲ ମାପ ନେବା ଆରମ୍ଭ କରିବା ବେଳେ ରିୟାଜ ଅଖତାରୀ ଏକ ଧାରୁଆ ଅସ୍ତ୍ରରେ କାନହୟାଲାଲଙ୍କୁ ଅତର୍କିତ ଆକ୍ରମଣ କରି ଗଳାକାଟି ହତ୍ୟା କରିଥିଲା । ଅନ୍ୟ ଅଭିଯୁକ୍ତ ଘାଉସ୍ ମହମ୍ମଦ ମୋବାଇଲ ଫୋନରୁ ଏହାର ଭିଡିଓ କରିଥିଲା। ପରେ ସେମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଛାଡ଼ିଥିଲେ । ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ କହ୍ନେୟା ଲାଲଙ୍କ ଠାରୁ ପ୍ରତିଶୋଧ ନିଆଗଲା ବୋଲି ଦୁଇ ଅଭିଯୁକ୍ତ ଆଉ ଏକ ଭିଡ଼ିଓ ଜାରି କରି କହିଥିଲେ । ଏପରିକି ଏହି ଭିଡିଓରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲେ ।

Comments are closed.