ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବା ଦାବି ଅଗ୍ରାହ୍ୟ ପରେ ନାଟୋ ଉପରେ ବର୍ଷିଲେ ଜେଲେଂସ୍କି

କିଭ୍: ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କିଙ୍କ ଆବେଦନକୁ ନାଟୋ ଅଗ୍ରାହ୍ୟ କରିଛି। ନୋ-ଫ୍ଲାଏ ଜୋନ୍ ଦାବି ଗ୍ରହଣ ନ କରିବା ପରେ ନାଟୋ ଉପର ବର୍ଷିଛନ୍ତ ଜେଲେଂସ୍କି । ଜେଲେଂସ୍କି କହିଛନ୍ତି ଯେ ୟୁକ୍ରେନରେ ମୃତ୍ୟୁ ଓ ବିନାଶ ପାଇଁ ନାଲକୋ ଦାୟୀ ରହିବ। ସେ ଏହା ମଧ୍ୟ କହିଛନ୍ତି ଯେ ନାଟୋର ଦୁର୍ବଳତା ଏବଂ ଏକତାର ଅଭାବ ମସ୍କୋକୁ ଆହୁରି ଉତ୍ସାହିତ କରିବ ଏବଂ ପୁଟିନ ବିମାନ ଆକ୍ରମଣକୁ ଆହୁରି ତୀବ୍ର କରିବେ ।

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ନାଟୋ ୟୁକ୍ରେନକୁ ରୁଷର କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ବିମାନରୁ ରକ୍ଷା କରିବାରେ ୟୁକ୍ରେନର ‘ନୋ-ଫ୍ଲାଏ’ ଜୋନ୍ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ନାଟୋର ପକ୍ଷ ରଖି ୟୁକ୍ରେନ ଉପରେ ନୋ-ଫ୍ଲାଏ ଜୋନ୍ ଆହ୍ବାନକୁ ଖାରଜ କରିଥିଲେ। ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ନୋ-ଫ୍ଲାଏ ଜୋନ୍ ଅର୍ଥାତ ରୁଷର ବିମାନଗୁଡ଼ିକୁ ଗୁଳି କରିବା ପାଇଁ ନାଟୋର ବିମାନକୁ ୟୁକ୍ରେନ୍ର ବାୟୁସ୍ଥାନକୁ ପଠାଇବା। ଏହା ୟୁରୋପରେ ଏକ ବଡ଼ ଯୁଦ୍ଧର କାରଣ ହୋଇପାରେ |

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି ନାଟୋର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। “ଆଜି ୟୁକ୍ରେନର ସହର ଏବଂ ଗ୍ରାମ ଉପରେ ଅଧିକ ବୋମା ବିସ୍ଫୋରଣ ପାଇଁ ନାଟୋ ଏକପ୍ରକାର ଅନୁମତି ଦେଇଛି ବୋଲି କ୍ଷୁବ୍ଧ ଜେଲେଂସ୍କି କହିଛନ୍ତି ।

Comments are closed.