ପଞ୍ଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ବିଜୁ ଜୟନ୍ତୀରେ ଆଜି ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ କରାଯାଉଛି । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ କ୍ଷମତା ପ୍ରଦାନ ସହ ସଶକ୍ତ ପଞ୍ଚାୟତ ଗଠନରେ ପଞ୍ଚାୟତିରାଜ ବ୍ୟବସ୍ଥାର ବଡ଼ ଭୂମିକା ରହିଛି। ସେଥିପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବିଜୁବାବୁ ଗୁରୁତ୍ୱ ଦେଉଥିଲେ। ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରି ନୂଆ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.