ଟ୍ରେନ୍ ଟ୍ରାଜେଡି: ଆହତଙ୍କୁ ଚିକିତ୍ସା ସହାୟତା ତଦାରଖ ପାଇଁ ଭୁବନେଶ୍ବରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବୀୟ, ଦିଲ୍ଲୀ ଏମ୍ସରୁ ଆସିବେ ବିଶେଷଜ୍ଞ ଡ଼ାକ୍ତରୀ ଟିମ୍

ଭୁବନେଶ୍ୱର: ଟ୍ରେନ୍ ଦୁର୍ଘଟଣାର ଆହତମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ତଦାରଖ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣ ପ୍ରାଣ ହରାଇଥିବାବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ଆହତ ୧୦୦ ଯାତ୍ରୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସର ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ମଧ୍ୟ ଓଡ଼ିଶା ଆସୁଛି ।

ଏହାଛଡ଼ା ଦିଲ୍ଲୀର ଅନ୍ୟ ସରକାରୀ ହସ୍ପିଟାଲ ଗୁଡ଼ିକର ଡାକ୍ତରମାନେ ମଧ୍ୟ ବାୟୁସେନା ବିମାନରେ ଓଡିଶା ଆସୁଥିବା ଜଣାପଡ଼ିଛି ।

ଶୁକ୍ରବାର ରାତିରେ ବାଲେଶ୍ବର ନିକଟ ବାହାନଗା ବଜାର ଷ୍ଟେସନ୍ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏହି ସମୟରେ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ଯାତ୍ରୀଙ୍କୁ ନେଇ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ରବିବାର ସକାଳେ ଚେନ୍ନାଇରେ ପହଞ୍ଚିଛି । ଭାରତୀୟ ବାୟୁସେନା (ଆଇଏଏଫ୍) ବିଶେଷଜ୍ଞଙ୍କ ମୃତ ତଥା ଆହତମାନଙ୍କୁ ନେବା ପାଇଁ ମି-୧୬ ହେଲିକପ୍ଟର ମୁତୟନ କରିଛି।

Comments are closed.