ଏସସିବିରେ ପ୍ଲାଜମା ଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଜମା ଦାନ କରିଛନ୍ତି । ଆଜି କଟକ ଏସସିବିରେ ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । କିଛିଦିନ ତଳେ ଧର୍ମେନ୍ଦ୍ର କୋରୋନା ପଜିଟିଭ ହୋଇଥିଲେ । ସୁସ୍ଥ ହେଲା ପରେ ସେ ନିଜର ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଥିଲେ । ଆଉ ଆଜି ସେ ପ୍ଲାଜମା ଦାନ କରିଛନ୍ତି । କୋରୋନାରୁ ଆରୋଗ୍ୟ ହେଉଥିବା ଲୋକେ ପ୍ଲାଜମା ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଗୁରୁତର କୋରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ୱାରା ସଫଳ ଚିକିତ୍ସା କରାଯାଇପାରୁଛି ।

Comments are closed.