ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବାସ୍ ନକବୀ, ଆରସିପି ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବାସ୍ ନକବୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମୁଖତାର୍ ଅବାସ୍ ନକବୀ ସଂଖ୍ୟାଲଘୁ ମନ୍ତ୍ରୀ ଥିଲେ । ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ବିଜେପି ତାଙ୍କୁ ରାଜ୍ୟସଭା ଟିକେଟ୍ ଦେଇନଥିଲା । ତେଣୁ ସେ କ୍ୟାବିନେଟରୁ ଇସ୍ତଫା ଦେବେ ବୋଲି ନିଶ୍ଚିତ ହୋଇଯାଇଥିଲା ।

ଅନ୍ୟପକ୍ଷରେ କେନ୍ଦ୍ର କ୍ୟାବିନେଟର ଅନ୍ୟ ଜଣେ ମନ୍ତ୍ରୀ ଆରସିପି ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିବାରୁ ସେ ମଧ୍ୟ ଆଜି ଇସ୍ତଫା ଦେଇଛନ୍ତି।

Comments are closed.