ଓମିକ୍ରନ୍ ଭୟ: ତାମିଲନାଡୁରେ ଟିକା ନେଇନଥିବା ଲୋକଙ୍କୁ ହୋଟେଲ, ମଲ୍ ମନା

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ସବୁ ରାଜ୍ୟ ପୁଣି କଟକଣା କଡ଼ାକଡ଼ି କରିଛନ୍ତି । ତାମିଲନାଡୁର ମଦୁରାଇରେ କରୋନା ଟିକା ନେଇ ନଥିଲେ ହୋଟେଲ ଏବଂ ମଲ୍ ସହ ସର୍ବସାଧାରଣ ସ୍ଥାନରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଲୋକଙ୍କୁ ଟିକା ନେବା ପାଇଁ ଏକ ସପ୍ତାହ ସମୟ ଦିଆଯାଇଛି | ରିପୋର୍ଟ ଅନୁଯାୟୀ, ମଦୁରାଇ ଜିଲ୍ଲା ଜିଲ୍ଲାପାଳ ଅନିଶ ଶେଖର ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଜିଲ୍ଲାପାଳ ଅନିଶ ଶେଖରଙ୍କ କହିଛନ୍ତି ‘ଲୋକଙ୍କୁ ଅତି କମରେ ଗୋଟିଏ ଡୋଜ୍ ଟିକା ନେବାକୁ ପଡ଼ିବ । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଏକ ସପ୍ତାହ ସମୟ ଦିଆଯାଉଛି | ଯଦି ଏହି ସମୟରେ ଯେଉଁମାନେ ଟିକା ନ ଲଗାନ୍ତି, ତେବେ ତାଙ୍କୁ ହୋଟେଲ, ସପିଂ ମଲ୍ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପରି ସର୍ବସାଧାରଣ ସ୍ଥାନରେ ପ୍ରବେଶ ଅନୁମତି ଦିଆଯିବ ନାହିଁ |

Comments are closed.