ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ, ଆଦିତ୍ୟ ଶ୍ରୀବାସ୍ତବ ଟପର

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୩ର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି | ଏଥର ୧୦୧୬ ପ୍ରାର୍ଥୀ ସଫଳ ହୋଇଛନ୍ତି । ୟୁପିଏସସି ୱେବସାଇଟ୍ upsc.gov.in ରେ ପରୀକ୍ଷା ଫଳ ଉପଲବ୍ଧ କରାଯାଇଛି। ଏଥର ଆଦିତ୍ୟ ଶ୍ରୀବାସ୍ତବ ଟପର ହୋଇଛନ୍ତି | ଅନିମେଶ ପ୍ରଧାନ ଦ୍ୱିତୀୟ ର଼୍ୟାଙ୍କ ପାଇଥିବା ବେଳେ ଡି.ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନରେ ରହିଛନ୍ତି।

ଆଇଏଏସ୍, ଆଇଏଫ୍ଏସ୍ ଏବଂ ଆଇପିଏସ୍ ସହ ୧୧୪୩ ପଦ ପାଇଁ ୧୦୧୬ ପ୍ରାର୍ଥୀ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି | ସେଥିମଧ୍ୟରୁ ୩୪୭ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୧୧୫ ଜଣ ଆର୍ଥିକ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍), ୩୦୩ ଓବିସି, ୧୬୫ ଏସସି ଏବଂ ୮୬ ଏସଟି ବର୍ଗର ପ୍ରାର୍ଥୀ ରହିଛନ୍ତି | ୟୁପିଏଏସସି ବିଜ୍ଞପ୍ତି ଅନୁଯାୟୀ, ୩୫୫ ଜଣ ପ୍ରାର୍ଥୀଙ୍କ ଫଳାଫଳକୁ ‘ପ୍ରଭିଜନାଲ’ ଭାବେ ରଖାଯାଇଛି।

Comments are closed.