ସୂଚନା କମିଶନର ଭାବେ ଶପଥ ନେଲେ ବିକ୍ରମ ସେନାପତି ଓ ଦିଲ୍ଲୀପ ବିଷୋୟୀ

ଭୁବନେଶ୍ୱର- ବିକ୍ରମ କୁମାର ସେନାପତି ଓ ଦିଲ୍ଲୀପ କୁମାର ବିଷୋୟୀଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଇଛନ୍ତି ।

ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବନିଯୁକ୍ତ ଦୁଇ ସୂଚନା କମିଶନରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ସୂଚନା କମିଶନର ଭାବେ ସେମାନଙ୍କ ନିଯୁକ୍ତି ଲୋକଙ୍କୁ ସୂଚନା ପ୍ରଦାନରେ ସ୍ୱଚ୍ଛତା ଆଣିବା ସହ ସେମାନଙ୍କୁ ଅଧିକ କ୍ଷମତାସଂପନ୍ନ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Comments are closed.