ହ୍ବାଟସଆପ୍ ୟୁଜରଙ୍କ ପାଇଁ ଖୁସି ଖବର, ଏବେ ୨ ଜିବି ପର୍ଯ୍ୟନ୍ତ ଫାଇଲ୍ ପଠାଇ ପାରିବେ

ନୂଆଦିଲ୍ଲୀ: ହ୍ବାଟସଆପ୍ ୟୁଜରଙ୍କ ପାଇଁ ଏକ ବଡ଼ ଖବର ରହିଛି । ଶୀଘ୍ର ଆପଣ ଏହି ଇନଷ୍ଟାଣ୍ଟ୍ ମେସେଜିଂ ଆପରେ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ପଠାଇ ପାରିବେ | ରିପୋର୍ଟ ଅନୁଯାୟୀ, ହ୍ବାଟସଆପ୍ ଏକ ନୂଆ ଫିଚର୍ ପରୀକ୍ଷା କରୁଛି, ଯାହା ମାଧ୍ୟମରେ ଫାଇଲ ପଠାଇବା ଲିମିଟ୍ ବୃଦ୍ଧି କରାଯିବ। ସମ୍ପ୍ରତି ଏହି ଆପ୍ ମାଧ୍ୟମରେ କେବଳ ୧୦୦ MB ପର୍ଯ୍ୟନ୍ତ ଫାଇଲ ଟ୍ରାନ୍ସଫର୍ କରାଯାଇ ପାରୁଛି ।

ଟେକ୍ନୋଲୋଜି ଜଗତ ଉପରେ ନଜର ରଖୁଥିବା WABetainfo ନାମକ ଏକ ଓ୍ବେବସାଇଟ୍ ଏକ iOS ଡିଭାଇସର କିଛି ସ୍କ୍ରିନସଟ୍ ସେୟାର କରିଛି, ଯେଉଁଠାରେ ୟୁଜରଙ୍କୁ ୨ ଜିବି ପର୍ଯ୍ୟନ୍ତ ଫାଇଲ୍ ସାଇଜ୍ ଲିମିଟ୍ ବିଷୟରେ ଆଲର୍ଟ କରାଯାଇଛି | ଏହି ଫାଇଲ୍ ଲିମିଟର ଅର୍ଥ ହେଉଛି ଆପଣ ହ୍ବାଟସଆପ୍ ମାଧ୍ୟମରେ ହାଇ ରେଜୋଲୁସନ୍ ଭିଡିଓ ଏବଂ ବଡ଼ ଫାଇଲ୍ ସହଜରେ ସେୟାର କରିବାକୁ ସମର୍ଥ ହେବେ | ଏହି ଫିଚର୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ହ୍ବାଟସଆପ୍ ମାଧ୍ୟମରେ ଏବେ ବଡ଼ ଫାଇଲ୍ ପଠାଇବା ସମ୍ଭବ ହେଉନାହିଁ ।

ହ୍ବାଟସଆପ୍ ଫାଇଲ୍ ସେୟାରିଂ ଫିଚର୍ ୨୦୧୭ ଠାରୁ ୟୁଜର ମାନଙ୍କ ପାଇଁ ଉପଲବ୍ଧ ହୋଇଥିଲା । କିନ୍ତୁ ଏହାର ୧୦୦ MB ସୀମା ୟୁଜର ମାନଙ୍କ ପାଇଁ ଏକ ସମସ୍ୟା ହୋଇ ରହିଛି | ସମ୍ପ୍ରତି ବଡ଼ ଫାଇଲ୍ କିମ୍ବା ଭିଡିଓ ସେୟାର କରିବାକୁ ୟୁଜର ମାନଙ୍କୁ ଗୁଗୁଲ୍ ଡ୍ରାଇଭ୍ କିମ୍ବା We Transfer ପରି ଆପ୍ ବ୍ୟବହାର କରିବାକୁ ପଡୁଛି | ତେବେ ହ୍ବାଟସଆପର ଏହି ନୂଆ ଫିଚର୍ କେବେ ଉପଲବ୍ଧ ହେବ ସେ ବିଷୟରେ କିଛି କୁହାଯାଇପାରିବ ନାହିଁ |

Comments are closed.