ମଙ୍କିପକ୍ସକୁ ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ଡବ୍ଲୁଏଚ୍ଓ

ଜେନେଭା: ମଙ୍କିପକ୍ସ ମାମଲା ବଢୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଆଲର୍ଟ ଜାରି କରିଛି । ଡବ୍ଲୁଏଚ୍ଓ ମଙ୍କିପକ୍ସକୁ ‘ଗ୍ଲୋବାଲ୍ ହେଲଥ ଇମର୍ଜନ୍ସି’ ତଥା ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି।

‘ଗ୍ଲୋବାଲ୍ ହେଲଥ ଇମର୍ଜନ୍ସି’ ଡବ୍ଲୁଏଚ୍ଓର ସବୁଠାରୁ ବଡ଼ ଆଲର୍ଟ ବୋଲି ବିବେଚନା କରାଯାଏ | ମଙ୍କିପକ୍ସ ମାମଲାରେ ବୃଦ୍ଧି ଯୋଗୁଁ ଡବ୍ଲୁଏଚ୍ଓ ଏହି ଆଲର୍ଟ ଜାରି କରିଛି।

ଡବ୍ଲୁଏଚ୍ଓ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଡାନମ୍ ଗେବ୍ରିସିୟସ୍ କହିଛନ୍ତି ଯେ ବିଶ୍ବର ୭୫ଟି ଦେଶରେ ୧୬,୦୦ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ।

ପୂର୍ବରୁ ଆଉ ଦୁଇଟି ରୋଗ ପାଇଁ ମଧ୍ୟ ‘ଗ୍ଲୋବାଲ୍ ହେଲଥ ଇମର୍ଜନ୍ସି’ ଘୋଷଣା କରାଯାଇଥିଲା | ଏହି ଦୁଇ ରୋଗ ହେଉଛି କରୋନା ମହାମାରୀ ଏବଂ ପୋଲିଓ। ଏହି ଦୁଇ ରୋଗର ମୂଳୋତ୍ପାଟନ ପାଇଁ ଦୀର୍ଘ ଦିନ ଧରି ଉଦ୍ୟମ ଜାରି ରହିଛି।

ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ମଙ୍କିପକ୍ସର ତିନୋଟି ମାମଲା ରିପୋର୍ଟ ହୋଇଛି। ଏହି ତିନୋଟି ଯାକ ମାମଲା କେରଳରୁ ହିଁ ମିଳିଛି ।

Comments are closed.