ଚାପୁଡ଼ା କାଣ୍ଡ ପାଇଁ ୱିଲ ସ୍ମିଥ ଓସ୍କାରରୁ ୧୦ ବର୍ଷ ବାସନ୍ଦ

ଲସ୍ ଆଞ୍ଜେଲେସ୍: ହଲିଉଡ ଅଭିନେତା ୱିଲ ସ୍ମିଥଙ୍କୁ ଆସନ୍ତା ୧୦ ବର୍ଷ ପାଇଁ ‘ଏକାଡେମୀ ଅଫ୍ ମୋସନ ପିକ୍ଚର୍ସ ଆର୍ଟ୍ସ ଆଣ୍ଡ ସାଇସେନ୍ସ (ଓସ୍କାର)’ରୁ ବାସନ୍ଦ କରାଯାଇଛି।

ନିକଟରେ ଓସ୍କାର ପୁରସ୍କାର ଉତ୍ସବରେ ସ୍ମିଥ୍ ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସ୍ମିଥ୍ ଆଗାମୀ ୧୦ ବର୍ଷ ପାଇଁ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଏହି ସୂଚନା ଏକାଡେମୀର ଚିଠିରେ ଦିଆଯାଇଛି | ତେବେ ‘କିଙ୍ଗ ରିଚାର୍ଡ’ ପାଇଁ ତାଙ୍କୁ ଦିଆଯାଇଥିବା ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରତ୍ୟାହାର କରାଯିବ ନା ଭବିଷ୍ୟତରେ ତାଙ୍କୁ ଓସ୍କାର ପାଇଁ ମନୋନୀତ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।

Comments are closed.