‘ଭଲ ମଣିଷ ହେବି, ଗରିବଙ୍କ ସେବା କରିବି’, ଏନସିବିକୁ ଆର୍ୟନଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି। ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୨୦ ରେ କୋର୍ଟ ରାୟ ଶୁଣାଇବେ । ଏହି ସମୟରେ ଖବର ଆସୁଛି ଯେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ହେପାଜତରେ ଥିବାବେଳେ ଆର୍ଯ୍ୟନଙ୍କ ଏନସିବି ଦ୍ବାରା କାଉନସେଲିଂ କରାଯାଇଥିଲା । କାଉନସେଲିଂ ସମୟରେ ଆର୍ଯ୍ୟନ ନିଜକୁ ସୁଧାରିବା ପାଇଁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖେଡେଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ‘ ମୁଁ ଜଣେ ଭଲ ମଣିଷ ହେବି, ଭଲ କାମ କରିବି ଏବଂ ଦିନେ ତୁମେ ମୋ ପାଇଁ ଗର୍ବ ଅନୁଭବ କରିବ’ ବୋଲି ଏନସିବି ଅଧିକାରୀଙ୍କୁ କହିଛନ୍ତି ଆର୍ୟନ ।
କାଉନସେଲିଂ ସମୟରେ ଆର୍ଯ୍ୟନ୍ ଏନସିବିକୁ କହିଛନ୍ତି ଯେ ଜେଲରୁ ବାହାରିବା ପରେ ସେ ଆଉ କୌଣସି ଭୁଲ୍ କାମ କରିବେ ନାହିଁ। ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଆର୍ୟନ ପ୍ରତିଶ୍ରୁତି ଦେଇଛନ୍ତି | ଏନସିବିର ସମୀର ଓ୍ବାଙ୍ଖେଡେଙ୍କ ସହ କିଛି ଏନଜିଓ କର୍ମଚାରୀ ମଧ୍ୟ ଆର୍ଯ୍ୟନଙ୍କ କାଉନସେଲିଂ କରିଥିଲେ।

ଆର୍ୟନଙ୍କ ସମେତ ଅର୍ବାଜ୍ ମର୍ଚାଣ୍ଟ, ମୁନମୁନ୍ ଧମେଚା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। । ଆର୍ୟନ ଖାନଙ୍କୁ ଜେଲରେ କଏଦୀ ନମ୍ବର ୯୫୬ ବ୍ୟାଜ୍ ମିଳିଛି।

Comments are closed.