ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଡେଇଁ ମହିଳାଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ଉପରୁ ଡେଇଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ଆଜି ଚାହାଁଣି ମଣ୍ଡପ ଦେଇ ଗୁମୁଟ ଉପରକୁ ଚଢ଼ିଥିଲେ । ପରେ ସେ ତଳକୁ ଡେଇଁ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ସେଠାରେ ମହିଳାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ମହିଳା ଜଣଙ୍କ ଗୁମୁଟ ଉପରକୁ କାହିଁକି ଚଢିଥିଲେ ଓ ସେ କାହିଁକି ସେଠାରୁ ଡେଇଁଲେ ତା’ର କାରଣ ସ୍ପଷ୍ଟ ହୋଇନାହିଁ। ମହିଳାଙ୍କ ପରିଚୟ ମଧ୍ୟ ଜଣାପଡିନାହିଁ।

Comments are closed.