ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ଜିଆରପି ପୋଲିସ। ଇଗତପୁରୀ ଏବଂ କସରା ରେଳ ଷ୍ଟେସନ ନିକଟରୁ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଏହି ମାମଲାରେ ଅନ୍ୟ ଚାରି ଅଭିଯୁକ୍ତ ଫେରାର ଅଛନ୍ତି।

ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ଇଗତପୁରୀ (ଔରଙ୍ଗାବାଦ ରେଳବାଇ ଜିଲ୍ଲା)ରେ ସାତରୁ ଆଠ ଜଣ ଡକାୟତ ହଠାତ୍ ଲକ୍ଷ୍ନୌ- ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସ ଟ୍ରେନର ସ୍ଲିପର କୋଚ୍ ଡି-୨ରେ ଚଢ଼ିଥିଲେ। ସେମାନେ ଯାତ୍ରୀଙ୍କୁ ଭୟଭୀତ କରି ନଗଦ ଟଙ୍କା ସମେତ ବହୁମୂଲ୍ୟ ସାମଗ୍ରୀ ଲୁଟ୍ କରିଥିଲେ ।

ଏହି ଘଟଣା ଯୋଗୁଁ ଯାତ୍ରୀମାନେ ଡ଼ରି ଯାଇଥିଲେ | ଯାତ୍ରୀମାନଙ୍କୁ ଲୁଟିବା ପରେ ଡକାୟତମାନେ ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କୁ ଅସଦାଚରଣ କରିଥିଲେ। ପରେ ଦୁର୍ବୃତ୍ତମାନେ ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ଅପରାଧୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କଲ୍ୟାଣ ଜିଆରପି ଡକାୟତି ଏବଂ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

Comments are closed.