ନୂଆ ସ୍କୁଟି ପାଇଁ ଯୁବତୀଙ୍କୁ ମିଳିଲା ‘S.E.X’ ଅକ୍ଷର ଥିବା ନମ୍ବର୍ ପ୍ଲେଟ୍ , ବଦଳାଇବାକୁ ପରିବହନ ବିଭାଗକୁ କହିଲେ ଦିଲ୍ଲୀ ମହିଳା କମିଶନ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ପରିବହନ ବିଭାଗକୁ ଜଣେ ଯୁବତୀଙ୍କ ସ୍କୁଟିର ନମ୍ବର ପ୍ଲେଟରେ ‘S.E.X’ ଅକ୍ଷର ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ଏହି ନମ୍ବର୍ ପ୍ଲେଟ୍ ପାଇଁ ସେ ବେଶ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏଭଳି ସିରିଜ୍ ଅଧୀନରେ ରେଜିଷ୍ଟ୍ରେସନ ହୋଇଥିବା ମୋଟ ଯାନବାହାନର ତଥ୍ୟ ସମ୍ପର୍କରେ ଉଲ୍ଲେଖ କରିବାକୁ ମଧ୍ୟ ଡିସିଡବ୍ଲ୍ୟୁ ନିଜ ଚିଠିରେ ବିଭାଗକୁ କହିଛନ୍ତି।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି ଯେ ଏହି ମାମଲା ସାମ୍ନାକୁ ଆସିବା ପରେ ନୂଆ ନମ୍ବର ସିରିଜ୍ ବନ୍ଦ କରି ଦିଆଯାଇଛି। ଅଧିକାରୀ କହିଛନ୍ତି ଯେ ଯାହାର ଏହି ସିରିଜରେ ରେଜିଷ୍ଟ୍ରେସନ ନମ୍ବର ଅଛି, ସେମାନେ ଏହାକୁ ବଦଳାଇ ପାରିବେ |

ଆୟୋଗର ମୁଖ୍ୟ ସ୍ବାତୀ ମାଲିୱାଲ ଏକ ବିବୃତ୍ତିରେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଲୋକମାନଙ୍କ ନୀଚ ମାନସିକତା ଯୋଗୁଁ ଝିଅଟି ଏଭଳି ମାନସିକ ନିର୍ଯ୍ୟାତନା ଭୋଗୁଛି। ଏହି ସମସ୍ୟାର ସମାଧାନ ପାଇଁ ମୁଁ ପରିବହନ ବିଭାଗକୁ ଚାରି ଦିନର ସମୟ ଦେଇଛି ଯାହା ଦ୍ଵାରା ଝିଅଟିର କଷ୍ଟ ଲାଘବ ହେବ। ” ସେ କହିଛନ୍ତି, “ସେକ୍ସ” ଶବ୍ଦ ଥିବା ଏହି ଆବଣ୍ଟନ ଶୃଙ୍ଖଳାରେ ମୋଟ ଯାନବାହାନ ସଂଖ୍ୟାର ତଥ୍ୟ ଦେବାକୁ ମୁଁ ପରିବହନ ବିଭାଗକୁ କହିଛି ବୋଲି ମାଲିଓ୍ବାଲ କହିଛନ୍ତି ।

ଦିଲ୍ଲୀର ଦୁଇ ଚକିଆ ଯାନକୁ ‘ଏସ୍’ ଅକ୍ଷର ଦ୍ୱାରା ବର୍ଗୀକରଣ କରାଯାଇଛି | ଏବଂ ବର୍ତ୍ତମାନ ଦୁଇ ଚକିଆ ରେଜିଷ୍ଟ୍ରେସନ ପାଇଁ ପ୍ରଚଳିତ ଦୁଇଟି ଅକ୍ଷର ‘ଇ’ ଏବଂ ‘ଏକ୍ସ’ ମିଳୁଛି | ତେଣୁ ସମ୍ପ୍ରତି ଦିଲ୍ଲୀର ଦୁଇ ଚକିଆ ଯାନର ନମ୍ବର ପ୍ଲେଟରେ ‘S’ ଅକ୍ଷର ପରେ ‘EX’ ଲାଗିଥିବା ଦେଖିବାକୁ ମିଳୁଛି |

Comments are closed.