ବଳାତ୍କାର ଓ ଲୁହା ରଡ୍ ଦ୍ବାରା ନିର୍ଯାତନାର ଶିକାର ମହିଳାଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ବଳାତ୍କାର ଓ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ ଶନିବାର ମୃତ୍ୟୁ ହୋଇଛି। ଶୁକ୍ରବାର ମୁମ୍ବାଇର ଉପାନ୍ତ ସାକିନାକାରେ ଏକ ଟେମ୍ପୋ ଭିତରେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର ପରେ ଲୁହା ରଡ୍ ରେ ନିର୍ଯାତନା ଦିଆଯାଇଥିଲା। ମହିଳାଙ୍କୁ ଗୁରୁତର ଓ‌ ଅଚେତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ପୋଲିସ ୪୫ ବର୍ଷୀୟ ଅଭିଯୁକ୍ତ ମୋହନ ଚୌହାନଙ୍କୁ ଗିରଫ କରିଛି।

ପୋଲିସ କହିବାନୁସାରେ ମହିଳାଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା ଏବଂ ପରେ ସାକିନାକାରେ ଏକ ଟେମ୍ପୋ ଭିତରେ ଆକ୍ରମଣ କରାଯାଇଥିଲା।

ପୋଲିସ କଣ୍ଟ୍ରୋଲ ରୁମକୁ ଶୁକ୍ରବାର ଦିନ ଏକ କଲ୍ ଆସିଥିଲା ଯେ ଜଣେ ବ୍ୟକ୍ତି ଖାଇରାନି ରୋଡରେ ଜଣେ ମହିଳାଙ୍କୁ ମାଡ ମାରୁଥିଲେ। ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମ୍ୟୁନିସିପାଲିଟି କର୍ପୋରେସନ୍ ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କୁ ବଳାତ୍କାର ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ପୂରାଇ ପାଶବିକ ନିର୍ଯାତନା ଦିଆଯାଇଥିଲା।

Comments are closed.