ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍: ୧୦,୦୦୦ ମିଟର ରେସ୍ ଓ୍ବାକରେ ଅମିତ ଖତ୍ରୀ ଜିତିଲେ ରୌପ୍ୟ

ନାଇରୋବି: କେନିଆର ରାଜଧାନୀ ନାଇରୋବିରେ ଚାଲିଥିବା ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତର ଅମିତ ଖତ୍ରୀ ଇତିହାସ ରଚିଛନ୍ତି। ଶନିବାର ୧୦,୦୦୦ ମିଟର ରେସ୍ ଓ୍ବାକରେ ଅମିତ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଚାମ୍ପିୟନସିପରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ । ଏହାପୂର୍ବରୁ ଭାରତର ମିକ୍ସଡ୍ ରିଲେ ଟିମ୍ ୪×୪୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଥିଲା ​​।

ଅମିତ ଖତ୍ରୀ ୧୦,୦୦୦ ଦୂରତାକୁ ୪୨ ମିନିଟ ଏବଂ ୧୭.୪୯ ସେକେଣ୍ଡରେ ଅତିକ୍ରମ କରିଥିଲେ ଏହି ସଫଳତା ହାସଲ କରିଛନ୍ତି | ଏହି ଇଭେଣ୍ଟର ସ୍ୱର୍ଣ୍ଣ ପଦକ କେନିଆର ହେରିଷ୍ଟୋନ୍ ଭାନୋନି ହାତେଇଛନ୍ତି, ଯିଏ ୪୨:୧୦ ମିନିଟ ୮୪ ସେକେଣ୍ଡ ନେଇଥିଲେ। ସ୍ପେନର ପଲ୍ ମ୍ୟାକଗ୍ରାଥ୍ ୪୨: ୨୬.୧୧ ଟାଇମିଂ ସହ ବ୍ରୋଞ୍ଜ ପଦକ ଜିତିଥିଲେ | ରେସ୍ଓ୍ବାକ୍ ଇଭେଣ୍ଟରେ ଭାରତ ପ୍ରଥମ ଥର ପାଇଁ ଦୁଇଟି ପଦକ ଜିତିଛି | ଅମିତ ଆରମ୍ଭରୁ ଅଗ୍ରଣୀ ହୋଇଥିଲେ କିନ୍ତୁ କେନିଆ ରନର୍ ତାଙ୍କୁ ଶେଷ ଦୁଇ ରାଉଣ୍ଡରେ ପଛରେ ପକାଇ ଦେଇଥିଲେ।

୧୭ ବର୍ଷୀୟ ଅମିତଙ୍କ ପାଇଁ ଏହି ବର୍ଷ ସଫଳ ସାବ୍ୟସ୍ତ ହୋଇଛି | ଏହା ପୂର୍ବରୁ ସେ ୧୦ କିଲୋମିଟର ଦୌଡ଼ରେ ଏକ ନୂଆ ଜାତୀୟ ଅଣ୍ଡର-୨୦ ରେକର୍ଡ ସ୍ଥାପନ କରିଥିଲେ। ସେ ୧୮ତମ ଜାତୀୟ ଫେଡେରେସନ୍ କପ୍ ରେ ୪୦:୯୭ ସେକେଣ୍ଡ ସମୟ ସହ ପଦକ ଜିତିଥିଲେ |

Comments are closed.