ମହଙ୍ଗା ମାଡ଼ରୁ ମିଳୁନି ନିସ୍ତାର, ୧୨ ବର୍ଷର ରେକର୍ଡ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବାର କୌଣସି ଆଶା ଦେଖାଯାଉ ନାହିଁ। ନଭେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୧୪.୨୩% ରେ ପହଞ୍ଚିଛି। ଏହାପୂର୍ବରୁ ଅକ୍ଟୋବରରେ ଏହା ୧୨.୫୪% ଥିଲା। ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ଥିଲା ୧୦.୬% |

ଏହାପୂର୍ବରୁ ସୋମବାର ଦିନ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇଥିଲା। ନଭେମ୍ବରରେ ଏହା ୪.୯୧% କୁ ବୃଦ୍ଧି ପାଇଛି | ଅକ୍ଟୋବରରେ ଏହା ୪.୪୮% ରେକର୍ଡ କରାଯାଇଥିଲା |

ପାଇକାରୀ ମୁଦ୍ରାସ୍ଫୀତିର ଏହି ସଂଖ୍ୟା ୧୨ ବର୍ଷର ରେକର୍ଡ ଭାଙ୍ଗିଛି। ଇନ୍ଧନ ଏବଂ ବିଦ୍ୟୁତ୍ ଦର ବୃଦ୍ଧି ଯୋଗୁଁ ପାଇକାରୀ ମୁଦ୍ରାସ୍ଫୀତି ହାର ବଢ଼ିଛି ।

ବଜାରରେ ଜଣେ ବ୍ୟବସାୟୀ ଆଉ ଜଣେ ବ୍ୟବସାୟୀଙ୍କୁ
ଠାରୁ ଯେଉଁ ମୂଲ୍ୟରେ ସାମଗ୍ରୀ ଯୋଗାଏ ତାକୁ ପାଇକାରୀ ମୁଦ୍ରାସ୍ଫୀତି ସୂଚକାଙ୍କ କୁହାଯାଏ । ଏହି ମୂଲ୍ୟ ପାଇକାରୀ ବଜାରରେ କାରବାର ସହିତ ଜଡିତ | ଅନ୍ୟପକ୍ଷେ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଉଥିବା ମୂଲ୍ୟକୁ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) କୁହାଯାଏ | ସିପିଆଇ ଆଧାରିତ ମୁଦ୍ରାସ୍ଫୀତି ହାରକୁ ଖୁଚୁରା ମୁଦ୍ରାସ୍ଫୀତି ବି କୁହାଯାଏ |

Comments are closed.