ଆସନ୍ତା ଶୁକ୍ରବାର ଶପଥ ନେବେ ଯୋଗୀ

ନୂଆଦିଲ୍ଲୀ: ଯୋଗୀ ଆଦିତ୍ୟନାଥ ଆସନ୍ତା ଶୁକ୍ରବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯୋଗୀ ଲଗାତାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟ ବିଧାନସଭା ନିର୍ବାଚନରେ ​​ଦଳ ଐତିହାସିକ ବିଜୟ ହାସଲ କରିଥିଲା। ମାର୍ଚ୍ଚ ୧୦ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା। ୩୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶରେ ଏକ ଦଳ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଆସିଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ରାଜଧାନୀର ଲକ୍ଷ୍ନୌ ର ସହିଦ ପଥରେ ଅବସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଏହାପୂର୍ବରୁ ମାର୍ଚ୍ଚ ୨୧ ରେ ବିଜେପି ବିଧାନସଭା ବୋର୍ଡର ନେତା ଚୟନ କରାଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।

Comments are closed.