ବିଶ୍ୱ ଇନଡୋର ଆଥଲେଟିକ୍ସ: ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରିଲେନି ଦୂତୀ ଚାନ୍ଦ

ବେଲଗ୍ରେଡ: ଦୂତୀଚାନ୍ଦ ବିଶ୍ୱ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୬୦ ମିଟର ଦୌଡ଼ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ସେ ହିଟରେ ହିଁ କଟି ଯାଇଛନ୍ତି । ଶୁକ୍ରବାର ମହିଳା ୬୦ ମିଟର ହିଟରେ ଦୂତୀ ଷଷ୍ଠ ସ୍ଥାନ ହାସଲ କରି ସେମିଫାଇନାଲରୁ ବଞ୍ଚିତ ହୋଇଥିଲେ ।

ମହିଳା ୬୦ ମିଟର ଦୌଡ଼ରୁ ଷଷ୍ଠ ହିଟରେ ଦୂତୀ ୭.୩୫ ସେକେଣ୍ଡ୍ ଟାଇମିଂ ସହ ଷଷ୍ଠ ସ୍ଥାନ ହାସଲ କରିଥିଲେ | ସେ ମୋଟ ୪୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୩୦ ତମ ସ୍ଥାନରେ ରହିଥିଲେ | ୬ଟି ହିଟ୍ ର ଶ୍ରେଷ୍ଠ ତିନି ଆଥଲେଟ୍ ଏବଂ ପରବର୍ତ୍ତୀ ଶ୍ରେଷ୍ଠ ଛଅ ପ୍ରତିଯୋଗୀ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି |

Comments are closed.