ଅଫଲାଇନ କ୍ଲାସ ଆରମ୍ଭ ହେଲା ପରେ ହିଁ ୟୁଜି, ପିଜି ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନ ପାଠପଢା ଜାରି ରହିଥିଲେ ବି ତାକୁ ଆଧାର କରି ୟୁଜି ଓ ପିଜି ପରୀକ୍ଷା କରାଯାଇପାରିବ ନାହିଁ ବୋଲି ଉଚ୍ଚ ଶିକ୍ଷା ବିଭାଗ କହିଛି । ଏ ସଂପର୍କରେ ସବୁ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ । ଅଫଲାଇନ ପାଠପଢା ଆରମ୍ଭ ହେଲେ ହିଁ ୟୁଜି ଓ ପିଜି ପରୀକ୍ଷା କରିବାକୁ ନିଷ୍ପତି ନିଆଯାଇଛି । ଫିଜିକାଲ୍ କ୍ଲାସ ଆରମ୍ଭ ସହ ସିଲାବସ ଶେଷ ହେଲେ ହିଁ ପରୀକ୍ଷା କରିବାକୁ ବିଚାର କରିବା ପାଇଁ ଉଚ୍ଚ ଶିଭା ବିଭାଗ ସଚିବ ଶାଶ୍ୱତ ମିଶ୍ର ବିଶ୍ୱବିଦ୍ୟାଳୟ କୁଳପତି ଏବଂ ସରକାରୀ ଓ ଘରୋଇ କଲେଜର ଅଧ୍ୟକ୍ଷଙ୍କୁ କହିଛନ୍ତି ।

Comments are closed.