ଆକାଶ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି,ସଂଗ୍ରହ ହେବ ଦସ୍ତଖତ ନମୁନା

ଭୁବନେଶ୍ୱର-ଚାକିରି ଠକେଇ ମାମଲାରେ ଆକାଶ ପାଠକଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ନେବ । ଏଥିପାଇଁ ଖୁବ ଶାୀଘ୍ର କମିଶନରେଟ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡିଛି । ଆକାଶଙ୍କୁ ରିମାଣ୍ଡରେ ଆଣି ଆକାଶଙ୍କ ଦସ୍ତଖତ ନମୁନା ସଂଗ୍ରହ କରାଯିବ । ଦସ୍ତଖତ ନମୁନାକୁ ଯାଂଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ନିଷ୍ପତି ହୋଇଛି । ଟାଟା ନାଁରେ ଆକାଶ ବାଂଟିଥିବା ନିଯୁକ୍ତି ପତ୍ର ସହ ଦସ୍ତଖତର ମେଳ କରାଯିବ । ଟାଟା ମୋଟର୍ସ କଂପାନିର ଏମଡି ଭାବେ ନିଜକୁ ପରିଚୟ ଦେଇ ଆକାଶ ପାଠକ ଗୁଡାଏ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି ।

Comments are closed.