ଆଜିଠାରୁ ଘରୋଇ ବିମାନରେ ମିଳିବନି ଭୋଜନ, ଦୁଇ ଘଣ୍ଟାରୁ କମ୍ ସମୟ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ

ନୂଆଦିଲ୍ଲୀ – ସାରା ଦେଶରେ କରୋନା ସଂକ୍ରମଣ ଭୟଙ୍କର ବେଗରେ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀ, ଯାହାଙ୍କ ଯାତ୍ରା ସମୟ ୨ ଘଣ୍ଟାରୁ କମ୍, ସେମାନଙ୍କୁ ଫ୍ଲାଇଟରେ ଭୋଜନ ଉପଲବ୍ଧ କରାଯିବ ନାହିଁ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଆଜିଠାରୁ ଏହି ନିୟମ ଲାଗୁ ହେବ ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ଦେଶରେ କରୋନା ମାମଲା କ୍ରମାଗତ ବୃଦ୍ଧି ପାଉଥିବାରୁ ସେହି ବିମାନ କମ୍ପାନୀ ଗୁଡ଼ିକୁ ଖାଦ୍ୟ ଉପଲବ୍ଧ କରାଯିବାକୁ ଅନୁମତି ଦିଆଯିବ ନାହିଁ, ଯେଉଁ ମାନଙ୍କ ଯାତ୍ରା ସମୟ ଦୁଇ ଘଣ୍ଟାରୁ କମ୍ । ଯେଉଁ ଘରୋଇ ବିମାନ କମ୍ପାନୀଙ୍କ ଯାତ୍ରା ସମୟ ଦୁଇ ଘଣ୍ଟାରୁ ଅଧିକ, ସେମାନେ ଉଡ଼ାଣ ସମୟରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ପାରିବେ। ଏୟାରଲାଇନ୍ସ କମ୍ପାନୀଗୁଡିକ ଏଥିପାଇଁ ପ୍ରି-ପ୍ୟାକେଜ୍ ଖାଦ୍ୟ ଏବଂ ଡିସପୋଜେବଲ୍ ପାତ୍ର ବ୍ୟବହାର କରିବାକୁ ପଡିବ।

Comments are closed.