ଆସନ୍ତାମାସ ପ୍ରଥମ ସପ୍ତାହରୁ ଶ୍ରୀମନ୍ଦିର ମହାଲକ୍ଷ୍ମୀ ମନ୍ଦିର ମରାମତି

ପୁରୀ- ମାର୍ଚ୍ଚ ପ୍ରଥମ ସପ୍ତାହରୁ ଶ୍ରୀମନ୍ଦିର ମହାଲକ୍ଷ୍‌ମୀ ମନ୍ଦିର ମରାମତି କାମ ଆରମ୍ଭ ହେବ । ଫନି ବାତ୍ୟା ପରେ ଅଚଳ ହୋଇପଡିଥିବା ସିସିଟିଭିଗୁଡିକର ବି ମରାମତି କାମ ଆସନ୍ତାମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବ । ଶ୍ରୀମନ୍ଦିର ପରିସରରେ ପିଇବା ପାଣିଠାରୁ ଆରମ୍ଭ କରି ବିଜୁଳି, ପରିଷ୍କାର ପରିଚ୍ଛନ୍ନତାକୁ ବି ଗୁରୁତ୍ୱ ଦିଆଯିବ । ଶ୍ରୀମନ୍ଦିର ସମୀକ୍ଷା ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି ।

Comments are closed.