କରୋନାରେ ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ଓ୍ବାଲିଆ କରୋନାରେ ସଂକ୍ରମିତ ହୋଇଥିଲେ | ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୱାଲିଆ ଦିଲ୍ଲୀର ଶୀଲା ଦୀକ୍ଷିତ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ।

କରୋନା ସଂକ୍ରମଣ ଯୋଗୁଁ ସ୍ଥିତି ଅଧିକ ବିଗିଡି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲକ୍ଷ ୮୨ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ବୁଧବାର ଦିନ ଦିଲ୍ଲୀରେ କରୋନା ସଂକ୍ରମଣର ୨୪,୬୩୮ ନୂଆ ରୋଗୀ ରିପୋର୍ଟ ହେବା ପରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯,୩୦,୧୭୯ କୁ ବୃଦ୍ଧି ପାଇଛି। ଗତକାଲି ଏଠାରେ ୨୪୯ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୨,୮୮୭ କୁ ବୃଦ୍ଧି ପାଇଛି।

Comments are closed.